ଭୂବନେଶ୍ୱର, ୧୨/୦୧ : ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ୨୫ ଦେବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି । ଏହି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମକର ସଂକ୍ରାନ୍ତିରେ ମିଳିବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧକ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ ।
ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ । ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ । ଏହାପରେ ଆରଆଇ ମାନେ ଗାଁକୁ ଯାଇ ତଦାରଖ କରିବା ପରେ ଦେଇଥିବା ରିପୋର୍ଟ ଅନୁସାରେ, ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରକିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ । ମକର ସଂକ୍ରାନ୍ତି ଅବସରରେ ମହିଳାଙ୍କୁ ଖୁସି କରିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ ।



