୨୫ ତମ ଆଶା ଫାଉଣ୍ଡେସନ୍ ଦିବସ ଓ ନିଉ କ୍ରିଏସନ଼ ଡାନ୍ସ ଏକାଡେମି ର ୮ମ ବାର୍ଷିକ ଉତ୍ସବ ପାଳିତ

Angul /Banarpal, 12/01- ୨୫ ତମ ଆଶା ଫାଉଣ୍ଡେସନ୍ ଦିବସ ଓ new creation Dance Academy ର ୮ମ ବାର୍ଷିକ ଉତ୍ସବ ଆଶା ସିନେ ପ୍ୟାଲେସ ପରିସରରେ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଆଶା ଫାଉଣ୍ଡେସନ୍ ର ମୁଖ୍ୟ MD ଶ୍ରୀ ପଙ୍କଜ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ବେଳେ ଆଶା cine palace ଓ NCDA (NEW CREATION DANCE ACADEMY)

ର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ୍ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଧ୍ୟା ସମୟର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ପ୍ରଥମେ ସଦଗୁରୁ ଶ୍ରୀ ଅର୍ଜୁନଙ୍କ ପାଦ ତଳେ ପ୍ରଦୀପ ପ୍ରଜ୍ବଳନ କରି ଗୁରୁ ବନ୍ଦନା ଗାନ କରିଥିଲେ। ପରେ ପରେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାନସ କୁମାର ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଶା ଫାଉଣ୍ଡେସନ ର ମୁଖ୍ୟ ଶ୍ରୀ ପଙ୍କଜ କୁମାର ସାମଲ ମୁଖ୍ୟ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିବା ବେଳେ ଅନ୍ୟନ୍ୟ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା l ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ ପ୍ରତିଯୋଗୀତା ପାଇଁ ନୃତ୍ୟ ପ୍ରତିଯୋଗୀତା ଆଦି ପାଇଁ ଅଡିସନ୍ ଏବଂ କମ୍ପିଟିସନ୍ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ବେଳେ ସେହି ଦିନ ମଧ୍ଯ ନୃତ୍ୟ ଗୀତ ହାସ୍ୟ ରସ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀତାରେ ବିଜେତା ତିନି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ। ଏଥି ସହିତ ବୀର୍ ସହିଦ୍ ଯବାନ୍ ଙ୍କ ପରିବାର, ବୀର ଅବସର ପ୍ରାପ୍ତ ସୈନିକ, ଫିଲ୍ମ ଡିଷ୍ଟ୍ରିବ୍ୟୁଟର, କଳାକାର ଓ ବିଭିନ୍ନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ହେମନ୍ତ Panigrahi, ପୂର୍ବତନ C. M. R. B.O ଓଡିଶା ଗ୍ରାମ୍ୟ ବ୍ଯାଙ୍କ, Dr. ରଞ୍ଜିତ ସାହୁ , AIIMS, ଭୁବନେଶ୍ବର, Dr. ସୁଚିସ୍ମିତା ସାମଲ, ସାମଲ କେୟାର, ବଅଁରପାଳ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ହଜାର ହଜାର ଦେଖଣାହାରୀ ଓ ପ୍ରତିଯୋଗୀଙ୍କୁ ରାତ୍ରୀ ଭୋଜନ ଦେଇ ଆପ୍ୟାୟିତ କରାଯାଇଥିଲା l ସମସ୍ତ୍ ପ୍ରତିଯୋଗୀଙ୍କୁ ପୁରସ୍କାର ସ୍ଵରୂପ ଟ୍ରଫି, କ୍ୟାସ୍ ପ୍ରାଇଜ୍, ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।



