ସୋହେଲା, ଘେଁସ ଟାଟା ପାୱାର ବିଦ୍ୟୁତ ଗ୍ରୀଡ଼ ଅଫିସ ରେ କର୍ମଚାରୀ ଙ୍କ ଦାଦାଗିରି :
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବେହେରାପାଲି ଗ୍ରାମ ପଞ୍ଚାୟତଅଧୀନରେ ଥିବା ନୂଆପାଲି ଗ୍ରାମର ସୁରେଶ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଟାଟା ପାୱାର କମ୍ପାନୀ କର୍ମଚାରୀ ମାନେ। ନୂଆପାଲିରେ ମାଁ ମଙ୍ଗଳା ପାଣିପଞ୍ଚାୟତର ଲାଇନ ବିଲ ପୈଠ କରିବାକୁକହ୍ନେଇ ଭୋଇ ଯାଇଥିଲେ। ଆଗରୁ ଭାଇ ସୁରେଶ ଭୋଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ସହିତ କଥା ହୋଇ ଆଠ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଥିଲେ। କିନ୍ତୁ ଅଫିସରେ ପହଞ୍ଚିଲା ବେଳକୁ ଅନ୍ୟ ଅଫିସର ମନୋଜ ପାତ୍ର ଷୋହଳ ହଜାର ଟଙ୍କା ଦେବା ପାଇଁ କହିବାରୁ ସେଠାରୁ ଭାଇ ସୁରେଶ କୁ ଫୋନ କରିଥିଲେ। ସୁରେଶ ଅଫିସ ଆସିବାପରେ ଲାଇନ ମେନ ଶେଷ କୁମ୍ଭାରଙ୍କ ସହିତ କଥା ହେବା ପାଇଁ ମନୋଜକୁ କହିବାରୁ ଲାଇନମେନ ଦଶ ହଜାର ଟଙ୍କା ଦେବାକୁ କହିଲେ। ତଥାପି କନିଷ୍ଠ ଯନ୍ତ୍ରୀ ଛତିଶ ହଜାର ଟଙ୍କା ନ ଦେଲେ ହେବ ନାହିଁ କହିବାରୁ ଚାଷୀଙ୍କୁ କାହିଁକି ହଇରାଣ କରାଯାଉଛି ବୋଲି ମନୋଜ ପ୍ରଶ୍ନ କରିଥିଲେ ।ଫଳ ସ୍ୱରୂପ ଦୁଃଖିଶ୍ୟାମ ପଟେଲ ଏବଂ ଅନ୍ୟ ସାଥିମାନେ ମନୋଜକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ବାଡେଇ ପିଟିଛନ୍ତି ଏପରିକି ଆଖି ପାଖରେ ଗଭୀର ଦାଗ ଲାଗିଛି। ଏହି ଘଟଣାକୁ ନେଇ ମେଲଛାମୁଣ୍ଡା ଥାନାରେ FIR ମଧ୍ୟ ହୋଇଛି। ପରେ କୃଷକ ସଂଗଠନ ପକ୍ଷରୁ ଏହାକୁ ତୀବ୍ରନିନ୍ଦା କରାଯାଇଛି ଏବଂ ଆଗାମୀ 48 ଘଣ୍ଟା ମଧ୍ୟରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେଲେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ସଂଗଠନ ତରଫରୁ ଦୃଢ଼ ଚେତାବନୀ ଦିଆଯାଇଛି।

April 18, 2026/
No Comments


