ଦଣ୍ଡପାଟ ବ୍ଲକ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ
ପତ୍ରଧର୍ମଗଡ଼ /୨୧/୧/୨୫/ସରକାର ବ୍ଲକ ସମ୍ପ୍ରସାରଣ ନେଇ ସୂଚନା ଦେବା ପରେ ବ୍ଲକ ସ୍ଥାପନ ନେଇ ବିଭିନ୍ନ ସ୍ଥାନରେ ଦାବୀ ଜୋର ଧରିଛି।ଦଣ୍ଡପାଟ ବ୍ଲକ ବେହେରା ଠାରେ ସ୍ଥାପନ ନେଇ ମଙ୍ଗଳବାର ଦିନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନ ରେ ୧୧ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଏକ ଦାବୀ ପତ୍ର ଦେଇଛନ୍ତି।ବିରାଟ ପଟୁଆଲ ରେ ଧର୍ମଗଡ଼ ସହର ରେ ଏକ ରେଲି ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା।କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳ ଧୀମାନ ଚମକା ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ଏହି ଦାବୀପତ୍ର ପ୍ରଦାନ ବେଳେ ୧୧ଟି ପଞ୍ଚାୟତ ତଥା ଦଣ୍ଡପାଟ ଅନ୍ତର୍ଗତ କୋକସରା ବ୍ଲକ ଅଧିନ-ଗତମୁଣ୍ଡା, ପୋଡ଼ାଗୁଡା,ଡାଲଗୁମା,ମୂଷାପାଳି ,ଡହଗାଁ,ଖୁଣ୍ଟିଆ ଥିବାବେଳେ ଧର୍ମଗଡ଼ବ୍ଲକ ଅନ୍ତର୍ଗତ ବେହେରା, ଟେଣ୍ଡାପାଲି,ଜୟନ୍ତପୁର, ଛନ୍ଚାଣବାହେଲି, ଧଅରପୁର ଆଦି ରହିଅଛି।ଅନ୍ୟପଟେ ବ୍ଲକ କୁ ଗଠନ କୁ ଦାବିଦାର ଭାବେ ବେହେରା-ପର୍ଲା ମଧ୍ୟରେ ତିକ୍ତତା ଲାଗିରହିଛି।ପର୍ଲା ବ୍ଲକ ସ୍ଥାପନ ଭିତରେ ଅନ୍ତର୍ଭୁକ୍ତ ଖୁଣ୍ଟିଆ,ଜୟନ୍ତପୁର, ଛନ୍ଚାଣବାହେଲି, ଧଅରପୁର,ବେହେରା, ଟେଣ୍ଡାପାଲି, କଦଲିମୁଣ୍ଡା,ବଡ଼ ଘୁମର,ଗୋଡ଼ିଆଜୋର,ବୋଡେ଼ନ, ତରାପୁର ଓ ପର୍ଲା କୁ ଅନ୍ତର୍ଭୁକ୍ତ କରାଯାଇ ନୂତନ ବ୍ଲକ ସ୍ଥାପନ ନେଇ ଦାବୀ ହେଉଛି।ସୂଚନାଯେ ଦୀର୍ଘଦିନ ରୁ ଦଣ୍ଡପାଟ ଅଞ୍ଚଳ ର ବେହେରା ପର୍ଲା ମଧ୍ୟରେ ନୂତନ ବ୍ଲକ ସ୍ଥାପନ ନେଇ ଦାବୀ ଉଠିଛି।ପୂର୍ବତନ ଓଡିଶା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶାସନ କାଳ ରେ ଏହି ଦୁଇ ଗାଁ ନୂତନ ବ୍ଲକ ଗଠନ କରିବାକୁ ଦାବୀ ହୋଇଆସୁଛି।ତେବେ ପର୍ଲା ଠାରେ ନୂତନ ବ୍ଲକ ଗଠନ ହେଲେ ପର୍ଲା -ଜୟନ୍ତପୁର -ସିସୋ ବର୍ଲି ଠାରେ ସ୍ଥାପନ ହେବା ନେଇ କ୍ରିୟାନୁଷ୍ଠାନ କମିଟି ପଞ୍ଚାୟତ ମାନଙ୍କ ସହମତି ରେ ନିଷ୍ପତ୍ତି ନେଇଥିବା କମିଟି ଆବାହକ ବ୍ରିଜଲାଲ ନାଏକ ପ୍ରକାଶ କରିଛନ୍ତି।ଅନ୍ୟପଟେ ବେହେରା ଆଜି ଯାଏ ବ୍ଲକ ସ୍ଥାନ ନିରୂପଣ ପ୍ରକାଶ କରି ନାହିଁ।ମଙ୍ଗଳବାର ଦିନ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳ ଜରିଆରେ ଦାବୀ ଦେଇଥିବା ବେଳେ ବଲ ପୁଝାରି,ଘନଶ୍ୟାମ ପଟେଲ,ଚିତ ପୁଝାରି,ପ୍ରଶାନ୍ତ ତିବାରି, ହେମନ୍ତ ମାଝୀ,ଗୌଲୋଚନ ଗୋପାଳ,ଶଙ୍କର ଜୁଏଡ଼,ଦିଗାମ୍ବର ଦୁରିଆ,ଅକ୍ଷୟ ନାଏକ,ସରୋଜିନୀ ପାଣିଗ୍ରାହୀ,କୁମୁଦିନି ଗୋଇନ୍ଟା,ଭବେଶ ଗୋଇନ୍ଟା, ଧୂର୍ବ ସେଠୀଆ ପ୍ରମୁଖ ଉପସ୍ଥିତ ରହିଥିଲେ।ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ



