ଆଜି ଢେ଼ଙ୍କାନାଳ ମିନା ବଜାରସ୍ଥ ସାଇ ଦରବାର ପ୍ରାଙ୍ଗଣରୁ ସାଇବାବାଙ୍କଏକ ସୂ ଶୋଭିତ ପାଲିଙ୍କି ଶୋଭାଯାତ୍ରା ସଂଧ୍ୟା ୫.୩୦ ରେ ବହାରି ଢେଙ୍କାନାଳ ସହର ପରିକ୍ରମା କରିବା ସହ ରାତି ୯ ଟାରେ ଢେଙ୍କାନାଳ କାରିଗର ସାହିସ୍ଥ ଅଭିନନ୍ଦନ ଗାର୍ଡେନ ଠାରେ ପହଞ୍ଚି ଥିଲା।ଏହି ପାଲିଙ୍କି ଶୋଭାଯାତ୍ରାରେ ବହୁ ସାଇ ଆଶ୍ରିତ ତଥା ସାଇ ଭକ୍ତ ଯୋଗଦେବା ସହ ପରିବେଶକୁ ସାଇ ମୟ କରିବା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥଲେ। ଅଭିନନ୍ଦନ ଗାର୍ଡେନ ରେ ପହଁଞ୍ଚିବା ପରେ ବାବାଙ୍କ ଶେଯ ଆରତୀ ହୋଇଥିଲା ଓ ସମସ୍ତେ ପ୍ରାସାଦ ସେବନ କରିଥଲେ।ଆସନ୍ତା କାଲି ୨୩/୧/୨୦୨୫ ଗୁରୁବାର ବାବାଙ୍କ ୧୧ ତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ସେହି ଅଭିନନ୍ଦନ ଗାର୍ଡେନ ଠାରେ ଅନୁଷ୍ଠିତ ହେବ। ଉକ୍ତ ପାରାୟଣ ରେ ପ୍ରାୟ ୨୦୦ ପାଠକ ଓ ପାଠିକା ଅଂଶ ଗ୍ରହଣ କରିବା ପାଇଁ ନିଜର ନାମ ପଞ୍ଜିକୃତ କହିଛନ୍ତି। ବହୁ ଦୂର ଦୁରାନ୍ତ ତଥା ବାହାର ଜିଲ୍ଲା ମାନଙ୍କରୁ ଭକ୍ତ ଅଂଶ ଗ୍ରହଣ କରିବା ପାଇଁ ସମ୍ମତି ପ୍ରଦାନ କରିବାରୁ ସେମାନଙ୍କ ରାତ୍ରି ରହଣି ତଥା ଖାଦ୍ୟ ପାନୀୟ ପାଇଁ ସୂ ବନ୍ଦୋବସ୍ତ କରାଯାଇଛି । ଏହି ପାରାୟଣ କାଲି ସକାଳ ୬ ଟାରୁ ଆରମ୍ଭ ହୋଇ ରାତି ୯ ଟାରେ ସରିବ ବୋଲି ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ମହାପାତ୍ର ସୁଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପୌରହିତ କରିବା ପାଇଁ ପୂର୍ବ ବର୍ଷ ମାନଙ୍କ ଭଳି କଟକରୁ ସାଇ ଦିବ୍ୟ ଲୀଳା ପ୍ରବକ୍ତା ଶ୍ରୀ ଶୁଭାନ୍ୟେଶ ରଥ ମହୋଦୟ,ଭୁବନେଶ୍ୱର ରୁ ସାଇ ଲୀଳା ପ୍ରବଚିକା ଶ୍ରୀମତୀ ଶୁଭଶ୍ରୀ ମିଶ୍ର ମହୋଦୟା, କଟକର ସୁକଣ୍ଠୀ ଗାୟିକା ମୀନାକ୍ଷୀ ରଥ ମାହୋଦୟା ଓ ବହୁ ମାନ୍ୟଗଣ୍ୟ ସାଇ ଭକ୍ତମନେ ଯୋଗ ଦେବାକୁ ସମ୍ମତି ପ୍ରକାଶ କରି ଛନ୍ତି। ଭକ୍ତ ତଥା ପାଠକ ପାଠିକା ମାନଙ୍କ ପାଇଁ ଖାଇବା ପିଇବା ଓ ରହିବା ପାଇଁ ଯେପରି କିଛି ଅସୁବିଧା ନ ହେବ ସେଥିପ୍ରତି ଅନୁଷ୍ଠାନର ସମସ୍ତ ସେବକ ବନ୍ଧୁମାନେ ସଂକଳ୍ପବଧ। ସଂଧ୍ୟା ବେଳେ ଡିପିଏସ ର ନିର୍ଦ୍ଦେଶକ ତଥା ସିନର୍ଜି ର ଅଧକ୍ଷ ଙ୍କ ଶ୍ରୀବିନୋଦ ଦାସ ଙ୍କ ସୁପୁତ୍ର ଡ, ଲଗ୍ନଜିତ୍ ଦାସ ଙ୍କ ଦ୍ଵାରା ସମାଜ ସେବୀ ମଧୁସ୍ମିତା ପୃଷ୍ଟି ଓ କୁନି ଭାରଉତଳକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଢେ଼ଙ୍କାନାଳ ଗର୍ବ ପ୍ରିତିଶ୍ମିତା ଭୋଇ ସମ୍ବର୍ଦ୍ଧିତ ହେବା ର କାର୍ଯ୍ୟକ୍ରମ ରହିଛି। ରାତି ରେ ପ୍ରାୟ ୧ ହଜାର ଲୋକଙ୍କ ଖାଇବା ବନ୍ଦୋବସ୍ତ କରାଯାଇଛି।



