ଓଡିଶାରୁ ଚୋରି ହୋଇଥିବା ଗାଡ଼ି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ଉଦ୍ଧାର।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ ଚୋରି ହୋଇଥିବା ଗାଡ଼ି କୁ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ର ଚାଇବସା ଅଞ୍ଚଳରୁ ଉଦ୍ଧାର କରିଛି ଚମ୍ପୁଆ ପୋଲିସ। ଚମ୍ପୁଆ ମୁସଲିମ ବସ୍ତିର ଇକୋ ଭ୍ୟାନ ଟି ସବୁଦିନ ପରି ଘର ସମ୍ମୁଖରେ ରଖାଯାଇଥିଲା।ଗତ ରାତି ୨୧ ତାରିଖ ରାତି ଘର ସମ୍ମୁଖରୁ ଗାଡ଼ି ଟି ଚୋରି ହୋଇଥିଲା।ଚୋର ମାନେ ଗାଡ଼ି ଟିକୁ ଗୋଧୂଳି ରାସ୍ତା ରେ ଝାଡ଼ଖଣ୍ଡ ଆଡେ ନେଇ ଯାଇ ଚମ୍ପୁଆ ସୀମାରେ ଥିବା ଦେଓଗାଁ ସରକାରୀ ମଦ ଦୋକାନର ସଟର ଭାଙ୍ଗି ମଦ ଲୁଟ କରି ଫେରାର ହୋଇଯାଇଥିଲେ।ସକାଳେ ଗାଡ଼ି ଚୋରି ହେବା ନେଇ ଗାଡ଼ି ମାଲିକ ଚମ୍ପୁଆ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଚମ୍ପୁଆ ଓ ଝାଡ଼ଖଣ୍ଡ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ବିଭିନ୍ନ ସିସିଟିଭି ର ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପଟେ ଗାଡ଼ି ନେଇ ଫେରାର ହେଉଥିବା ବେଳେ ଗିଡିରୁ ତେଲ ସରି ଯିବାରୁ ଚୋର ମାନେ ଗାଡ଼ି ଟିକୁ ଚାଇବସା ନିକଟରେ ଛାଡି ଫେରାର ହୋଇଯାଇଥିଲେ। ପରେ ଖବର ପାଇ ଚମ୍ପୁଆ ପୋଲିସ ଗାଡ଼ି ଟିକୁ ଉକ୍ତ ସ୍ଥାନରୁ ଜବତ କରି ଚମ୍ପୁଆ ଆଣିଛି। ତେବେ ଗାଡ଼ିରେ ଦେଓଗାଁ ମଦ ଦୋକାନରୁ ଚୋରି ହୋଇଥିବା ମଦ ସବୁ ଥିବା ବେଳେ ଚୋରଙ୍କୁ ଠାବ କରିବାକୁ ପୋଲିସ୍ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



