ପାଞ୍ଚଗଡ଼ ଜ୍ୟୋତି ସମ୍ମାନ – ୨୦୨୪ ପ୍ରଦାନ
ବଅଁରପାଳ,୨୬/୧ ବଅଁରପାଳ ସ୍ଥିତ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ସ୍ନାତକ ମହାବିଦ୍ୟାଳୟ ତରଫରୁ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ୩ ଜଣ ଛାତ୍ରଛାତ୍ରୀଙ୍କୁ ପାଞ୍ଚଗଡ଼ ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଛି । ଏ ସମ୍ମାନ କେବଳ ପ୍ରାପ୍ତ ନମ୍ବରକୁ ଆଧାର କରି ନୁହେଁ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଭଗରେ ଅଂଶଗ୍ରହଣ ତଥା ସମାଜ ସେବା ମନୋବୃତ୍ତିକୁ ଆଖି ଆଗରେ ରଖି ପ୍ରଦାନ କରାଯାଇଥାଏ। ଆଜି ସାଧାରଣ ତନ୍ତ୍ର ଦିବସରେ ମହାବିଦ୍ୟାଳୟର ଅତିରିକ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ପର୍ଥାବୀର ନାୟକଙ୍କ ସଭାପତିତ୍ବରେ ଏ ସଭା ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବଅଁରପାଳ ଥାନାର ସବ୍ ଇନ୍ସପେକ୍ଟର ଶ୍ରୀମତୀ ଅର୍ଚ୍ଚନା ନାୟକ ମହୋଦୟା ଏବଂ ଏହି ସମାଜସେବୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ନାଥ ମହୋଦୟ ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ମଞ୍ଚ ପରିଚାଳନା ଦାୟିତ୍ଵ ଓଡ଼ିଆ ଅଧ୍ୟାପକ ମନୋଜ କୁମାର ବେହେରା କରିଥିବା ବେଳେ ଅଧ୍ୟାପିକା କ୍ଷିରୋଦିନୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ପାଞ୍ଚଗଡ଼ ଜ୍ୟୋତି ସମ୍ମାନ ପାଇଥିବା ପ୍ରତିଭା ହେଲେ, ସ୍ୱର୍ଣ୍ଣପ୍ରଭା ନାହାକ (କଳା), ସୌମ୍ୟରଂଜନ ବେହେରା (ବିଜ୍ଞାନ), ମନୀଷା ସାମଲ ( ବାଣିଜ୍ୟ) । ଏଥି ସହିତ ପୂର୍ବରୁ ସୁଭଦ୍ରା ଯୋଜନା ଏବଂ ସମ୍ବିଧାନ ଦିବସରେ ବିଭନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା ।



