କେଦାର ନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଅମ୍ୱାଭୋନା ୨୬/୧/୨୫ ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନା ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଭାଷ ଚନ୍ଦ୍ର ରଥ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଥିଲେ। ପ୍ରାଥମିକ ବିଦ୍ୟାଳୟ ଅମ୍ବାଭୋନା ରୁ ଛାତ୍ର ଛାତ୍ରୀ ମାନେ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଥିଲେ। ଏନସିସି ଛାତ୍ର ଛାତ୍ରୀ ମାନେ ପ୍ୟାରେଡ ରେ ଏନସିସି ଶିକ୍ଷକ ଜିତେନ୍ଦ୍ର ନାୟକ ଙ୍କ ତତ୍ତ୍ଵାବଧାନରେ ଅଂଶ ଗ୍ରହଣ କରିଥିଲେ। ଭାରତ ସ୍କାଉତ୍ ଗାଇଡ ଛାତ୍ର ଛାତ୍ରୀ ମାନେ ଖେଳ ଶିକ୍ଷୟତ୍ରୀ କୌଶଲ୍ୟା ସାହୁ ଓ ତେଜରାମ ସାହୁ ଙ୍କ ମାର୍ଗଦର୍ଶନ ରେ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିଲେ। ରେଡକ୍ରସ ଓ ସବୁଜ ବାହିନୀ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଜିବର୍ଦ୍ଧନ ଦୁଆନ, ଅମ୍ବାଭୋନା ସରପଞ୍ଚ ପ୍ରତିନିଧି ଗଜେନ୍ଦ୍ର ଦାସ, ଓକିଲ ଶରଦ ଚନ୍ଦ୍ର ପ୍ରଧାନ ଓ ଅବସର ପ୍ରାପ୍ତ ଶିକ୍ଷକ ଯୋଗେଶ୍ୱର ରଥ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ପ୍ରମୁଖ ମଞ୍ଚାସିନ ଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅମ୍ବାଭୋନା ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ମନୋହର ସାହୁ, ବିଶ୍ଵନାଥ ସାହୁ ଦୀନବନ୍ଧୁ ପଣ୍ଡା, ମଧୁସୂଦନ ବାରିକ, ଅଚ୍ୟୁତ ନାୟକ, ଝରଣା ଦାସ, ଶୁଭାଶିଷ ଜଗତ, ସୈରେନ୍ଦ୍ରି ରଥ, ପିଙ୍କୀ ଭୋଇ, ଗୌରୀ ସେଠ୍, ସରସ୍ଵତୀ ସାହୁ, ଚିନ୍ମୟ ସାହୁ, ଜୟସ୍ମୀତା ସାହୁ, ଉପମା ପ୍ରଧାନ, ସ୍ବପ୍ନI ସାହୁ, ଶିଳା ଭୋଇ, ଶିବ କୁମାର ଦାସ, ନେପାଲ ସେଠ, ଟୀକା ରାମ ଡିଲା, ଆରତି ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ଝରଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।



