ଢେଙ୍କାନାଳ : ସହର ଅନ୍ତର୍ଗତ ବଡ଼ ପଣ୍ଡା ସାହି ଠାରେ ଅବସ୍ଥିତ ଥିବା ମା ତାରିଣୀ ଙ୍କ ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମା ତାରିଣୀ ବଣିକ ସଂଘ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସକାଳୁ ମଙ୍ଗଳ ଆଳତୀ, ନୀତି ପୂଜା, ସୂର୍ଯ୍ୟ ପୂଜା, ଗୋ ପୂଜା, ପରେ ସ୍ଥାନୀୟ ଭାଗିରଥି ସାଗର କୂଳରେ ବାଦ୍ୟ ଓ ସଂକ୍ରିତନ ମଣ୍ଡଳୀ ଦ୍ୱାରା ମହିଳା ଓ ପୁରୁଷ ଭକ୍ତ ମାନେ ସହର ପରିକ୍ରମା କରି କଳସ ଯାତ୍ରା କରିଥିଲେ। ମା ଙ୍କ କଳସ ପୂଜା, ମଣ୍ଡଳ ପୂଜା, ଷୋଡ଼ଶ ପୂଜା ସହିତ ବିଭିନ୍ନ ପ୍ରକାରର ଭୋଗ ଓ ପଣା ଲାଗି ହୋଇଥିଲା ।ଭକ୍ତ ମାନେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହେଇଥିଲା। ସନ୍ଧ୍ୟା ସମୟ ଆଳତୀ ଏବଂ ଭଜନ ସମାରୋହ ହୋଇଥିଲା। ପୂଜକ ବିକାଶ ଭାଇନା, କର୍ତ୍ତା ଗୋବିନ୍ଦ ବେହେରା, ସଭା ପତି ପ୍ରସାନ୍ତ କୁମାର ମହାନ୍ତି, ସମ୍ପାଦକ ସୁକାନ୍ତ କୁମାର ଦାସ,କୋଷାଧ୍ୟକ୍ଷ ବିଶ୍ୱଜିତ ବେହେରା, ଟି କନ ଦାଶ, ପରେଶ ଦେବତା, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ସମସ୍ତ ବଣିକ ସଂଘ ର ସଦସ୍ୟ ସହ ଯୋଗ କରିଥିଲେ।

September 17, 2026/
No Comments


