କେନ୍ଦୁଝର ଜିଲ୍ଲାରେ ଗୋଠଛଡ଼ା ଦନ୍ତାର ଉତ୍ପାତ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ
କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଓ ବଣ ଜଙ୍ଗଲ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଖଣି ଖନନ ଉତ୍ତୋଳନ କରିବା ପାଇଁ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବ୍ୟାପକ ମାତ୍ରାରେ ଜଙ୍ଗଲ କୁ କାଟି ପଦା କରିଚାଲିଛନ୍ତି, ଯାହା ପାଇଁ ଏହି ଜିଲ୍ଲାରେ ଥିବା ଜଙ୍ଗଲି ଜୀବଜନ୍ତୁ ବିଲୁପ୍ତ ହେବାକୁ ଯାଉଥିବା ପରିଲକ୍ଷିତ ହୁଏ। ଏବଂ ବନ ବିଭାଗ ହାତୀ ଆମର ଐତିହ ପ୍ରାଣୀ ବୋଲି ବିଭିନ୍ନ ସ୍ଥାନରେ ଫଳକ ମାରି ତାର କାର୍ଯ୍ୟ ତୁଲାଇ ଚାଲିଛି କିନ୍ତୁ ବ୍ୟାପକ ମାତ୍ରାରେ ଜଙ୍ଗଲ ନଷ୍ଟ ଯୋଗୁ ଏହି ଐତିହ ପ୍ରାଣୀ ଏବେ ଗ୍ରାମ ଓ ସହରାଭିମୁଖୀ ଓ କେତେବେଳେ ହାତୀ ଆକ୍ରମଣରେ ମଣିଷ ଓ ଆଉ କେତେବେଳେ ମଣିଷ ଆକ୍ରମଣ ରେ ହାତୀରପ୍ରାଣହାନି ଘଟୁଥିବା ଦେଖିବାକୁ ମିଳେ ଓ ହାତୀ ଗ୍ରାମ ଓ ସହର ମଧ୍ୟରେ ପଶି ବହୁ କ୍ଷେୟକ୍ଷତି କରୁଥିବା ଦେଖିବାକୁ ମିଳେ।ସେଇଭଳି ଦୃଶ୍ୟ ସାମ୍ନାକୁ ଆସିଛି ଏବେ, କେନ୍ଦୁଝର ବନଖଣ୍ଡ ଅଧିନରେ ଥିବା ଚମ୍ପୁଆ ରେଞ୍ଜ ଯାମୁଦଲକ ଗ୍ରାମ ରେ ଗୋଠ ଛଡା ଦନ୍ତା ଗାଁ ରେ ପଶି ବ୍ୟାପକ କ୍ଷୟ କ୍ଷତି କରିବା ସହ ଯାମୁଦଲକ ଲ୍ୟାମ୍ପ ଆଗରେ ଧାନ ବୋଝେଇ ଛିଡାଥିବା ଟ୍ରକରୁ ଧାନ ବସ୍ତା ଖାଇ ଯାଇଛି l ଏହା ସହିତ ନିକଟରେ ଥିବା କମ୍ୟୁନିଟି ସେଣ୍ଟରର ଝରକା ଭାଗିଂ ଭିତରେ ରଖାଯାଇଥିବା ଧାନ ଖାଇଛି ଏହି ଗୋଠ ଛଡା ଦନ୍ତା l ଗ୍ରାମରେ ବ୍ୟାପକ ଉତ୍ପାତ କରି ନିକଟସ୍ଥ ଜଗଂଲ କୁ ଚାଲିଯାଇଛି , ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-13-scaled.jpg)


