ଢେଙ୍କାନାଳ: ସହର ସ୍ଥିତ ସୁଲକ୍ଷଣା ଉଚ୍ଚ ବିଦ୍ୟାଳୟରେ ମା ବୀଣା ପାଣିଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିନତୀ ଦେହୁରୀ ଙ୍କ ତ୍ୱତବଧାନ ରେ ପୂଜା ଅନୁଷ୍ଠିତ ହେଇଯାଇଛି। ସମସ୍ତ ଛାତ୍ର ଛାତ୍ରୀ ପୂଜା କରିଥିଲେ। ନୂତନ ବସ୍ତ୍ର ସହ ଭୋଗ ଲାଗି କରାଯାଇଥିଲା। ପୁରୋହିତ ରବି ନାରାୟଣ କବି ଶତପଥୀ ଶ୍ଲୋକ ପଢ଼ି ପୂଜା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ ପରିଚାଳନା କମିଟି ମୁଖ୍ୟ ପ୍ରଦୀପ୍ତ କୁମାର ମହାପାତ୍ର ଓ ସଦସ୍ୟ ମାନେ ରହି ମା ଙ୍କ ଆଶିଷ ଲାଭ କରିଥିଲେ।

September 18, 2026/
No Comments


