ଜଗନ୍ନାଥଷ୍ଟିଲର କଳା ଧୂଆଁରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ବୃକ୍ଷଲତା ମଧ୍ୟ ତ୍ରାହିତ୍ରାହି ଡାକଦେଲେଣି
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ତଥା କାରାଖେନ୍ଦ୍ରା ପଞ୍ଚାୟତ ର ଉଲିବୁରୁ ଗ୍ରାମରେ ଥିବା ଜଗନ୍ନାଥଷ୍ଟିଲ କମ୍ପାନୀ ଯୋଗୁ ଅଞ୍ଚଳ ବାସିନ୍ଦା ମାନଙ୍କ ଜୀବନ ଦୂର୍ବିସହ ହେବା ସହ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀରୁ ନିର୍ଗତ କଳା ଧୁଆଁ ଯୋଗୁ ଉଲିବୁରୁ ହାୟରପୁର ଓ ବଡ଼ବିଲ ପୌରାଞ୍ଚଳରେ ମଧ୍ୟ ଏହି ଜଗନ୍ନାଥଷ୍ଟିଲ କମ୍ପାନୀର ଧୁଳୀଧୂଆଁ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରୁଥିବା ବେଳେ ଏହାର ଆଖପାଖ ଅଞ୍ଚଳରେ ଥିବା ବୃକ୍ଷଲତା ମଧ୍ୟ ଜଗନ୍ନାଥଷ୍ଟିଲ କମ୍ପାନୀ ରୁ ନିର୍ଗତ କଳା ଧୁଆଁ ରେ ତ୍ରାହିତ୍ରାହି ଡାକଦେଲେଣି। ଆହୁରି ମଧ୍ୟ ଏହି ଜଗନ୍ନାଥଷ୍ଟିଲ କମ୍ପାନୀରୁ ନିର୍ଗତ କଳା ଧୁଆଁ ଓ ଧୂଳି ଗ୍ରାମ ରେ ବହିଯାଉଥିବା ଝରଣା ପାଣିରେ ପଡ଼ି ଏକ ଚାଦର ସଦୃଶ ଦୃଶ୍ୟ ହୁଏ। ଗଛବୃକ୍ଷ ସ୍କୁଲ୍ ଘର ବାରଣ୍ଡା ଛାତ ଓ ଗାଡ଼ି ରେ କଳା ଧୁଆଁ ର ଚାଦର ଘୋଡାଇ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳେ। ଏହି ଜଗନ୍ନାଥଷ୍ଟିଲ କମ୍ପାନୀ ଯୋଗୁ ଅଞ୍ଚଳ ବାସିନ୍ଦା ମାନଙ୍କ ଜୀବନ ମରଣ ଏକ ହୋଇପଡିଛି। ଦେଖନ୍ତୁ ଏହି ସବୁ ଦୃଶ୍ୟ କୁ କି ଅବସ୍ଥା କରିଛି ଏହି ଜଗନ୍ନାଥଷ୍ଟିଲ କମ୍ପାନୀ ଶୁଣନ୍ତୁ କଣ ରହିଛି ଅଭିଯୋଗ ଅଞ୍ଚଳ ବାସିନ୍ଦା ମାନଙ୍କର ଏହି ଜଗନ୍ନାଥଷ୍ଟିଲ କମ୍ପାନୀ ବିରୋଧରେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

