ତାଳପଦରରେ ପୋଡ଼ ମରା ପର୍ବ ଅନୁଷ୍ଟିତ…… କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସି ଗାଁ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗାଁ ତାଳପଦରରେ ଆଜି ଗ୍ରାମବାସୀଙ୍କ ତାଳପଦରରେ ପୋଡ଼ ମରା ପର୍ବ ଅନୁଷ୍ଟିତମିଳିତ ସହଯୋଗରେ ପୋଡ଼ ମରା ପର୍ବ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଟିତ ହୋଇଯାଇଛି ।ଆଜି ଗ୍ରାମର ଝ।ଙ୍କର ଦନାର ମାଝି ଗ୍ରାମର ସମସ୍ତ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ।ଗ୍ରାମର ଗୁଡି ପଡ଼ା ଠାରୁ ପୋଡ଼ କୁ ଏକ ବିରାଟ ଶୋଭାଯାତ୍ରାରେ ଆଣି ଧରଣୀ ଦେବୀ ପୀଠକୁ ଆଣିଥିଲେ ।ସେହି ଧରଣୀ ପୀଠରେ ପୂଜାର୍ଚନା କଲା ପରେ ପୋଡ଼ କୁ ବଳି ଦିଆଯାଇଥିଲା ।ଶହ ଶହ ଲୋକଙ୍କ ସମାଗମରେ ଏହି ପର୍ବ ପାଳନ କରାଯାଇଛି । ଏହି ପର୍ବରେ ଅଞ୍ଚଳର ୧୫ ଗୋଟି ଗ୍ରାମର ଲୋକମାନେ ସାମିଲ ହୋଇଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ପ୍ରମୋଦ କୁମାର ବେହେରା ,ଉପ ସଭାପତି ଅକ୍ରୁର ବାଗ ,ସମ୍ପାଦକ ଅରୁଣ ମାଝି ,ସହ ସମ୍ପାଦକ ମାଧବ ବାଗ ସମେତ ଗ୍ରାମର ଟିକଚନ୍ଦ ବାଗ ,ବାରୁ ସୁନାନୀ ,ପବନ ନିଆଲ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ଗ୍ରାମର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ।ଚିଲିଗୁଡା ଫାଣ୍ଡି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।ପୋଡ଼ ବଳି ପରେ ମାଂସ କୁ ପ୍ରସାଦ ଆକାରରେ ବଣ୍ଟନ କରାଯାଇଥିଲା ।ଗ୍ରାମର ମାଟି ଦେବତାଙ୍କୁ ଶାନ୍ତି କରିବା ପାଇଁ ଧରଣୀ ପୀଠରେ ପୋଡ଼ ବଳି ଦିଆ ଯାଇଥାଏ । ଜୁନାଗଡ ରୁ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

