ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୀରକ ଜୟନ୍ତୀ ମହୋତ୍ସବ ଉଦଯାପିତ , ସାତକମା ସ୍କୁଲ ହେବା ଆଦର୍ଶ ଗୋଦାବରୀ ସ୍କୁଲ ,ମନ୍ତ୍ରୀକଠୋର ସାଧନା କରି ବଡ଼ o ଭଲ ମଣିଷ ହୁଅ ବକ୍ତା ଙ୍କ ଉଦବୋଧନ ମିତ୍ର ଭାନୁ ଗ୍ରନ୍ଥ ବଳି ଲୋକାର୍ପଣକୁଚିଣ୍ଡା। କୁଚିଣ୍ଡା ଉପଖଣ୍ଡର ସ୍ବାଧିନତା ସଂଗ୍ରାମର ପୀଠ ସ୍ଥଳ ସାତକ ମା ଗ୍ରାମର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ସାତକମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତି ମହୋତ୍ସବ ଆଜି ଉଦଯାପିତ ହୋଇ ଯାଇଛି । ହୀରକ ଜୟନ୍ତି କମିଟିର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ଏହି ସ୍କୁଲକୁ ଚଳିତ ବର୍ଷରୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ରୂପ ଦେବାକୁ ଘୋଷଣା କରିଥିଲେ । ମୁଖ୍ୟ ବକ୍ତା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଭାଷଣ ଦେଇ କଠୋର ଅଧ୍ୟବସାୟ କରି ବଡ଼ ସହିତ ଭଲ ମଣିଷ ହେବାକୁ ଆହ୍ବାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅନଗୁଳ ବଜିରାଉତ୍ ଛାତ୍ର ବାସ ର ସମ୍ପାଦକ ଇଞ୍ଜିନିୟର ଧନେଶ୍ଵର ସାହୁ ,ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଜ୍ୟୋତ୍ସ୍ନା ପ୍ରିୟା ବେହେରା, ଅରଡାବାହାଲ ସରକାରୀ କଲେଜ ଅଧ୍ୟକ୍ଷ ରଞ୍ଜନ ନାଏକ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା ପ୍ରମୁଖ ଯୋଗଦେଇ ଭଲ ମଣିଷ ହେବାକୁ ସାଧନା ହିଁ ଆମର ଲକ୍ଷ୍ୟ ହେଉ ବୋଲି କାମନା କରିଥିଲେ ।ଏହି ଅବସରରେ ମିତ୍ରଭାନୁ ଗ୍ରନ୍ଥାବଳୀ ଦୁଇଟା ଖଣ୍ଡ କୁ ଅତିଥି ଗଣ ଲୋକାର୍ପଣ କରିଥିଲେ ।।ପ୍ରଧାନ ଶିକ୍ଷକ ସୁରଭି ନାଏକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ସଂଯୋଜନା କରିଥିଲେ ।ଶେଷରେ କୋଶଳେଶ୍ୱର କର୍ଷେଲ ଧନ୍ୟବାଦ୍ ପ୍ରଦାନ କରିଥିଲେ । ସୁବାସ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଅଧିବେଶନରେ ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଶନ ମୁଖ୍ୟ ଅତିଥି ବ୍ଲକ ଶିକ୍ଷା ଧିକରୀ ସୁଶ୍ରୀ ଗୀତ ପ୍ରଧାନ ମୁଖ୍ୟ ବକ୍ତା ,ପ୍ରଧାନ ଶିକ୍ଷକ ଭବାନୀ ନାଏକ,, କରୁନା ମୟୀ ଧନ୍ଵର୍, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦିକ୍ଷିକ ସତେଶ୍ଵରି ସିଂ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତି ଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ଏହା ପୂର୍ବରୁ ଅବସର ପ୍ରାପ୍ତ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନଙ୍କୁ ପୁରାତନ ଛାତ୍ର ଛାତ୍ରୀ ହିତର ତାଳେ ତାଳେ ଗୁରୁ ପୂଜନ କରିଥିଲେ । ଜମିଦାତା,ଉଦ୍ୟୋକ୍ତା ଓ କୃତି ଦୁଇ ପୁରାତନ ଛାତ୍ରୀ ଓ ପୂର୍ବତନ ଶିକ୍ଷକ ମାନଙ୍କୁ ଉଭୟ ଅଧିବେଶନର ଅତିଥି ଗଣ ସମ୍ମାନିତ କରିଥିଲେ । ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କର ଯାଇଥିଲା ।ଅନନ୍ତ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

January 17, 2026/
No Comments


