ଓଡ଼ିଶା ରାଜ୍ୟ ମହିଳା କମିଶନ ଓ ଅନୁଗୋଳ ଜିଲ୍ଲା ପ୍ରଶାସନ ଦ୍ବାରା ଛେଣ୍ଡିପଦା ଠାରେ ବ୍ଲକ ସ୍ମରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛେଣ୍ଡିପଦା, ତା୧୬.୦୨.୨୦୨୫ ରିଖ ଦିନ ୧୦ ଘଟିକା ସମୟରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଓ ଅନୁଗୋଳ ଜିଲ୍ଲା ପ୍ରଶାସନଙ୍କ ଦ୍ବାରା ମିଳିତ ଆନୁକୂଲ୍ୟରେ ଛେଣ୍ଡିପଦା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହ ଠାରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜ ମଙ୍ଗଳ ବିଭାଗଙ୍କ ମିଳିତ ଉଦ୍ୟମରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ୩୦୦ରୁ ଉଦ୍ଧ ବିଭିନ୍ନ ବର୍ଗର ମହିଳା ଯଥା ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଦଳର ସଭ୍ୟା, କଲେଜ ଛାତ୍ରଛାତ୍ରୀ, ପଞ୍ଚାୟତିରାଜ ପ୍ରତିନିଧି, ସଖି ୱାନ ଷ୍ଟପ୍ ସେଂଟର୍ କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ, ଯୁବ ପ୍ରତିନିଧ୍ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ପ୍ରମୁଖ ଅଂଶଗ୍ରହଣ କରିଥିଲେ |

ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଯଶୋବନ୍ଧୁ ବେହେରା, ସରପଞ୍ଚ ଛେଣ୍ଡିପଦା ଶ୍ରୀଯୁକ୍ତ ସୁଦୀପ୍ତ ପ୍ରଧାନ, ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ଯକ୍ଷ ଶ୍ରୀଯୁକ୍ତ ବିକ୍ରମ କୁମାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧୂକାରୀ ଶ୍ରୀମତୀ ନିରୂପମା ପାଣି, ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ପାର୍ବତୀ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଛେଣ୍ଡିପଦା ଶ୍ରୀଯୁକ୍ତ ଅରବିନ୍ଦ ବେହେରା, ପୋଲିସ ସବ୍ ଇନିସପେକଟର ଶ୍ରୀମତୀ ଶୁଭଲକ୍ଷ୍ମୀ, ଡାକ୍ତରଖାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସଂହମିତ୍ର ଦାସ ପ୍ରମୁଖ ଅଂଶଗ୍ରହଣ କରି ଲିଙ୍ଗଗତ ବିଷମତା, ଘରୋଇ ହିଂସା, ମହିଳା ସୁରକ୍ଷା ଆଇନ ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ମାନ୍ୟବର ବିଧାୟକ ମହୋଦୟ ସାମ୍ପ୍ରତିକ ପରିସ୍ଥିତିରେ ଦୈନଦିନ ସମାଜରେ ଘଟୁଥିବା ଲିଂଗ ଭିତ୍ତିକ ହିଂସା, ବାଲ୍ୟବିବାହ ଏହାର କାରଣ ଓ ପ୍ରଭାବ ଉପରେ ଆଲୋକପାତ କରିଥିଲେ ଓ ବାଲ୍ୟବିବାହ ତଥା ଶିଶୁ ସୁରକ୍ଷା ପାଇଁ ସାମୁହିକ ଶପଥପାଠ କରାଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଗୁରୁ ଶିକ୍ଷକ ଶ୍ରୀଯୁକ୍ତ ମଦନ ସୁନ୍ଦର ପ୍ରଧାନ ଓ ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବେହେରା ସମ୍ବଳ ବ୍ୟକ୍ତି ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ମାନଙ୍କୁ ଲିଙ୍ଗ ବିଷୟରେ ବୁଝିବା, ମହିଳା ଅଧିକାର: ସମତା ଏବଂ ନ୍ୟାୟ ପ୍ରତି ଏକ ପଦକ୍ଷେପ, ମହିଳା ମାନଙ୍କ ପାଇଁ ମୁଖ୍ୟ ଆଇନ୍, ବାଲ୍ୟ ବିବାହ, ଯୌତୁକ, ଘରୋଇ ହିଂସା, କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା, ଡାହାଣୀ ପ୍ରଥା, ପୋକସୋ ଆଇନ, ମାନବ ତସ୍କରି ଆଇନ, ବିଭିନ୍ନ ସରକାରୀ ଯୋଜନା, ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଯୋଜନା, ମହିଳା ମାନଙ୍କର ପ୍ରଜନନ ସ୍ବାସ୍ଥ୍ୟ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା, ମମତା ଯୋଜନା, ଜନନୀ ସୁରକ୍ଷା ଯୋଜନା ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଆକ୍ସନ ଏଡ ଜିଲ୍ଲା ସଂଯୋଜକ (ବାଲ୍ୟ ବିବାହ ନିରାକରଣ) ଶ୍ରୀ ସନ୍ତୋଷ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ ଓ ଜିଲ୍ଲା ସଂଯୋଜକ ମିଶନ ଶକ୍ତି ହବ୍ ଶ୍ରୀ ବିଦ୍ୟାଧର ପ୍ରଧାନ ଓ ଜିଲ୍ଲା ମମତା ସଂଯୋଜକ ଶ୍ରୀ ତାପଜ କୁମାର ପାଣି ସହଯୋଗିତା କରିଥିଲେ । ପରିଶେଷରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସୁଷମା ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



