ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର କୁସୁନପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ସ୍ବର୍ଗତ ସୁରେଶ ଚନ୍ଦ୍ର ବେଉରିଆଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଆୟୋଜିତ ସ୍କୁତିଚାରଣ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରୁତିଚାରଣ ସଭାରେ ଜିଲ୍ଲାପରିଷଦ ସଭ୍ୟ ଖଗେଶ୍ବର ମହାନ୍ତି,ସୁଷମା ସେଠୀ,ଜଜେୟ ବେହେରା,ବିରଞୀ ନାରାୟଣ ବେହେରା, ରବିନ୍ଦ୍ର ବିଶ୍ଵାଳ, କୃଷ୍ଣଚନ୍ଦ୍ର ଥାଟୋଇ,ରାଧାଶ୍ୟାମ ସାମଲ,ସୁରେଶ ଚନ୍ଦ୍ର ରାଉତ,ବିକ୍ରମ ଦାଶ,ଶ୍ରୀଧର ମଲିକ,ଅମୀୟ ବେଉରିଆ, ଶିକ୍ଷକ ପ୍ରଶାନ୍ତ କୁମାର ନାୟକ,କୁଳମଣୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ଅତିଥିମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥଲେ ଯେ ସ୍ବର୍ଗତ ସୁରେଶ ଚନ୍ଦ୍ର ବେଉରିଆ ତାଙ୍କ ଜିବନ କାଳରେ ଅନେକ ମନ୍ଦୀର,ସ୍କୁଲ ସହିତ ଅନେକ କାମ ତିଆରୀ କରିଥିଲେ ଓ ସମାଜରେ ବହୁତ ଉନ୍ନତି ମୁଳକ କାର୍ଯ୍ୟ କରିଥିଲେ।ଏହି ସ୍କୁତିଚାରଣ ସଭାରେ ବହୁ ବିଶିଷ୍ଟ ଲୋକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ବର୍ଗତ ସୁରେଶ ଚନ୍ଦ୍ର ବେଉରିଆଙ୍କ ପରିବାର ସହଯୋଗ କରିଥିଲେ
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



