ନାଲକୋ ରେ ନିଯୁକ୍ତି ପାଇଁ ୩୮ଦିନ ରୁ ଅଧିକ ସମୟ ହେବ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ଜମିହରା ପ୍ରଜା

ଅନୁଗୋଳ :- ▪️ନାଲକୋ କାରଖାନାର ସାଧାରଣ ନିଯୁକ୍ତି କୁ ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି., ଆଇ.ଟି.ଆଇ.(୧୯୮) ତୀବ୍ର ବିରୋଧ ….▪️ ଆଉ କେତେ ଦିନ ପରେ ନାଲକୋ ରେ ଜମିହରା ପ୍ରଜା ଙ୍କୁ ମିଳିବ ଉଚିତ୍ କ୍ଷତିପୂରଣ ……▪️ନାଲକୋ କାରଖାନା ପ୍ରତିଷ୍ଠା ହେବାର ୪୫ବର୍ଷ ପରେ ମଧ୍ୟ ସୁଧୁରୁନି କ୍ଷତିଗ୍ରସ୍ତ ଙ୍କ ସମସ୍ୟା , ଆଜି ବି ଧାରଣାରେ ଶହ ଶହ ଜମି ହରା କ୍ଷତିଗ୍ରସ୍ତ ପରିବାର…….▪️

ବିଭିନ୍ନ ସରକାରୀ ସ୍ତରରେ ବାରମ୍ବାର ପ୍ରତିଶ୍ରୁତି ପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ପ୍ରେରିତ ଏଲ.ଏ.ପି., ଆଇ.ଟି.ଆଇ.(୧୯୮)▪️ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକୁ ଖାତିରି କରୁନାହାନ୍ତି ନାଲକୋ କତ୍ତୃପକ୍ଷ । ▪️ଥଇଥାନ ବୈଠକ ନିଷ୍ପତ୍ତି କୁ ଅଗ୍ରାହ୍ୟ କରୁଛନ୍ତି ନାଲକୋ କତ୍ତୃପକ୍ଷ ।▪️ଜିଲ୍ଲା ପ୍ରଶାସନ ଓ ନାଲକୋ କତ୍ତୃପକ୍ଷ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ପ୍ରତି ନିଘା ନାହିଁ ।◆ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କୁ ବାରମ୍ବାର କାହିଁକି ପ୍ରତିଖ୍ୟାନ କରୁଛି ନାଲକୋ ।◆କାହିଁକି ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ ନିଦ ସୋଇଛି କାହିଁକି ଧାରଣାରେ ବସିଥିବା କ୍ଷତିଗ୍ରସ୍ତଙ୍କୁ ଆଲୋଚନା ପାଇଁ ଡାକୁନାହାନ୍ତି ?◆ଜିଲ୍ଲା ପ୍ରଶାସନର ଭୂମିକା କୁ ନେଇ ବଡ଼ ପ୍ରଶ୍ନ ?◆ନାଲକୋ କତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ହୋଇଛି କି ଭିତିରିଆ ବୁଝାମଣା !ବିବରଣୀ :-ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି., ଆଇ.ଟି.ଆଇ.(୧୯୮) ପକ୍ଷରୁ ପ୍ରାୟ ଏକ ମାସ ରୁ ଅଧିକ ସମୟ ହେବ ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ଅହରାତ୍ରୀ ଧାରଣା ଦେଇଛନ୍ତି ।

ନାଲକୋ ରେ ସାଧାରଣ ନିଯୁକ୍ତି କୁ ବନ୍ଦ କରି ଅଗ୍ରାଧିକାର ଭିତ୍ତିରେ ପ୍ରଥମେ ନାଲକୋ ରେ ଜମି ହରାଇ ଥିବା କ୍ଷତିଗ୍ରସ୍ତ ପ୍ରଜା ଙ୍କୁ ନିଯୁକ୍ତି ଦେବା ସହିତ ନିଯୁକ୍ତି କ୍ଷେତ୍ରରେ ଥିବା ବୟସ ସୀମା କୁ କୋହଳ କରି ଅଭିଜ୍ଞତା ଭିତରେ କ୍ଷତିଗ୍ରସ୍ତଙ୍କୁ ସ୍ଥାୟୀ ଚାକିରି ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହି କ୍ଷେତ୍ରରେ ଅନେକ ବର୍ଷ ଧରି ନାଲକୋ ର ନିଜସ୍ଵ ରେଳପଥ ଓ କୋଲ କରିଡ଼ର ନିର୍ମାଣ ପାଇଁ ନିଜର ସାତ ପୁରୁଷ ର ଜମି କୁ ନାଲକୋ କୁ ଦେଇଥିବା ଜମିହରା ପ୍ରଜା ମାନେ ଆନ୍ଦୋଳନ କରି ଆସୁଛନ୍ତି । ନାଲକୋ ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ବିଭିର୍ଣ ଶିଳ୍ପ ତାମିଲ ପ୍ରତିଷ୍ଠାନ ରେ ଟ୍ରେନିଂ ଦେବା ପରେ ସ୍ଥାୟୀ ନିଯୁକ୍ତି ନ ଦେଇ ଦୀର୍ଘ ବର୍ଷ ହେବ ପ୍ରତାରଣା କରି ଆସୁଛି । ଯାହା ଫଳରେ ଅନେକ ବର୍ଷ ହେବ ସେମାନେ ଆନ୍ଦୋଳନ , ଧାରଣା , ଅର୍ଥନୈତିକ ବିରୋଧ କରି ଆସୁଛନ୍ତି , ତେବେ ଏହି ସବୁ ମଧ୍ୟ ମିଳିଛି କେବଳ ଲିଖିତ ପ୍ରତିଶ୍ରୁତି । ୨୦୦୯ ମସିହାରେ ଚିଠି ନଂ ୧୨୬ରେ ନିର୍ଦ୍ଦେଶ ଥିଲା ଯେ ଯେଉଁ ମାନେ କ୍ଷତିଗ୍ରସ୍ତ ପ୍ରଜା ଅଛନ୍ତି ସେମାନଙ୍କର ବୟସ ସୀମା କୁ ନିଯୁକ୍ତି ସମୟରେ ୪୫ବର୍ଷ କରାଯିବା କିନ୍ତୁ ଯାହା କାର୍ଯ୍ୟକାରୀ ହେଲା ନାହିଁ ୨୦୨୫ ସାଧାରଣ ନିଯୁକ୍ତି ହିଁ ମୁକ ସାକ୍ଷୀ । ୨୦୧୯ମସିହା ଚିଠି ନଂ ୬୬ରେ ପୂର୍ବତନ ଜିଲ୍ଲାପାଳ ଉଲ୍ଲେଖ କରିଥିଲେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦିଅ ଯାହା କି ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ନାଲକୋ ମଧ୍ୟ ଏହାକୁ ବିଚାରକୁ ନ ନେଇ ପ୍ରତିଖ୍ୟାନ କରିଛି ! ୨୦୨୧ମସିହାରେ ୯ମ ଥଇଥାନ ବୈଠକ ରେ ପୂର୍ବତନ ନାଲକୋ ଅଧ୍ୟକ୍ଷ କହିଥିଲେ କି ଯେଉଁ ସାଧାରଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ପ୍ରେରିତ ଜମି ହରା ଙ୍କୁ ଆଗ୍ରାଧିକାର ଭିତରେ ନିଯୁକ୍ତି ଦିଆଯିବ କିନ୍ତୁ ୨୦୨୫ ହେବାକୁ ଥିବା ସାଧାରଣ ନିଯୁକ୍ତି ସମୟରେ ରେ ଏହା କୌଣସି ପ୍ରକାର ସୁଫଳ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠେ କି ୧୯୯୪ ମସିହାରେ ୪୯୫ ଜଣ କ୍ଷତିଗ୍ରସ୍ତ କିପରି ଭାବରେ ନାଲକୋ ରେ ସ୍ଥାୟୀ ନିଯୁକ୍ତି ପାଇଲେ ..? ତାହା ଏକ ବଡ଼ ପ୍ରଶ୍ନ ସେହିଭଳି ୨୦୨୩ରେ ଉପ ଜିଲ୍ଲାପାଳ ଙ୍କୁ ନେଇ ତ୍ରିପାକ୍ଷିକ ଆଲୋଚନା ରେ ମଧ୍ୟ ନାଲକୋ ପ୍ରତିଶୃତି ଦେଇ ଥିଲେ କି ସାଧାରଣ ନିଯୁକ୍ତି ରେ ପ୍ରେରିତ କ୍ଷତିଗ୍ରସ୍ତ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦିଆଯିବ । ତେବେ ବିଶେଷ ସୂତ୍ରରୁ ଜଣାଯାଏ ଯେ ଉଚ୍ଚ ନ୍ୟାୟାଳୟ ଅନୁଗୋଳ ଜିଲାପାଳ, ଭୁ-ଅର୍ଜନ ଅଧିକାରୀ ଅନୁଗୋଳ,ମୁଖ୍ୟଶାସନ ସଚିବ,ନାଲକୋ ଅଧ୍ୟକ୍ଷ, ଅନୁଗୋଳ ନାଲକୋ ପ୍ରଶାସନ, ଖଣି ସଚିବ ଭାରତ ସରକାର ଙ୍କୁ ତୁରନ୍ତ ୪ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରେରିତ କ୍ଷତିଗ୍ରସ୍ତଙ୍କ କହିବା ହେଲା କି ସେମାନେ ଅନୁଗୋଳ,ତାଳଚେର ଓ ଛେଣ୍ଡିପଦା ଆଦି ୩ଟି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ନାଲକୋର ଅନୁଗୋଳ ପ୍ରକଳ୍ପ ଉଦେଶ୍ୟରେ ,

ନାଲକୋ ଦ୍ଵାରା ରେଲୱେ ପ୍ରକଳ୍ପ ଓ ପାଣି ପାଇପ ଲାଇନ ମାଧ୍ୟମରେ ୩୯ଟି ଗ୍ରାମର କ୍ଷତିଗ୍ରସ୍ଥ , ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି./ଆଇ.ଟି.ଆଇ.(୧୯୮)ର ସଭ୍ଯ ସଭ୍ୟା ଅଟନ୍ତି । ନାଲକୋରେ ସ୍ଥାୟୀ ନିଯୁକ୍ତି ପାଇଁ ଅନେକ ଦିନ ରୁ ଦାବି କରି ଆସୁଛନ୍ତି। ବିଗତ ୧୪ ବର୍ଷ ମଧ୍ୟରେ କ୍ଷତିଗ୍ରସ୍ତ ପ୍ରଜା ବାରମ୍ବାର ସଂଘର୍ଷ କରିଛନ୍ତି ଏବଂ ପ୍ରତ୍ଯେକ ଆରପିଡ଼ିଏସି ବୈଠକ ଓ ଉଚ୍ଚ-ସ୍ତରୀୟ ବୈଠକର ନିଷ୍କର୍ଷରେ ଆଗାମୀ ଭବିଷ୍ୟତରେ ସାଧାରଣ ନିଯୁକ୍ତି ପ୍ରକ୍ରିୟା ସମୟରେ କ୍ଷତିଗ୍ରସ୍ତ ସଦସ୍ୟ ମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଲିଖିତ ଭାବେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଜଣାଇଥିଲେ। ଏପରିକି ଗତ ସେପ୍ଟେମ୍ବର ୨୦୨୩ ମସିହାରେ ମାନ୍ୟବର ସାଂସଦ ଢେଙ୍କାନାଳଙ୍କ ନେତୃତ୍ଵ ରେ ନାଲକୋ ବିରୁଦ୍ଧରେ ଅର୍ଥନୈତିକ ଅବରୋଧ ସମୟରେ ହୋଇଥିବା ବୈଠକର ନିଷ୍କର୍ଷରେ ମଧ୍ୟ ଭବିଷ୍ୟତରେ ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ସଂଘର ସଦସ୍ୟ ମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନାଲକୋ ଲିଖିତ ହୋଇ ରହିଛି ।ଏହି ଗୁରୁତ୍ବପୂର୍ଣ ବିଷୟକୁ ପୁଙ୍ଖାନୁପୁଙ୍ଖିକ ତର୍ଜମା କରି ନାଲକୋ ଦ୍ଵାରା ଜାରି ହୋଇଥିବା ସାଧାରଣ ନିଯୁକ୍ତି କୁ ତୁରନ୍ତ ସ୍ଥଗିତ କରି ସ୍ପୋନ୍ସୋରଡ ଏଲ.ଏ.ପି./ଆଇ.ଟି.ଆଇ. (୧୯୮) କ୍ଷତିଗ୍ରସ୍ଥ ପ୍ରଜାସଙ୍ଘର ଅବଶିଷ୍ଟ ସଦସ୍ୟ ମାନଙ୍କୁ ଅଭିଜ୍ଞତା ଭିତ୍ତିରେ ସାଧାରଣ ନିଯୁକ୍ତି ପ୍ରକ୍ରିୟାରେ ନାଲକୋରେ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା କରିବା ସହିତ ଅନ୍ୟାନ୍ୟ ଅଗ୍ରାଧିକାର ଦେଇ ସଂଘର ସଦସ୍ୟ ମାନଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି ।ପ୍ରାପ୍ତ ସୂଚନା ଅନୁଯାୟୀ ଜାନୁୟାରୀ ମାସ ୨୦୨୫ ୧୫ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୩୩ଦିନ ହେଲା ପ୍ରେରିତ କ୍ଷତିଗ୍ରସ୍ତ ପ୍ରଜା ଜିଲ୍ଲାପାଳ କାର୍ଯ୍ୟାଳୟ ଅହରାତ୍ରୀ ଧାରଣା ବସିଥିବା ବେଳେ କୌଣସି ପ୍ରକାର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ଡକା ଯାଇନଥିବା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ଅଦିନିଆ ଝଡ଼ ତୁଫାନ କୁଆ ପଥରକୁ ଖାତିରି ନକରି ନ୍ୟାୟ ଭିକ୍ଷା ଅପେକ୍ଷା ରେ ବସିଛନ୍ତି ।ଏହି ଅହରାତ୍ରୀ ଧାରଣାକୁ ପ୍ରେରିତ କ୍ଷତିଗ୍ରସ୍ତଙ୍କ ପକ୍ଷରୁ ସମ୍ପାଦକ ଶଶାଙ୍କ ଶେଖର ସାମଲ ,ସଭାପତି ଦିବ୍ୟ ରଂଜନ ଦାସ, ପ୍ରତାପ ପ୍ରଧାନ, ଅଶୋକ କୁମାର ସାମଲ,ବିକାଶ ରମଣ ନାଏକ,ପାଣ୍ଡବ ସାହୁ, ଅମନ ବିଶ୍ୱାଳ,ଦୀପକ କୁମାର ସାହୁ,ରଞ୍ଜିତ ପ୍ରଧାନ,ଯୋଗେଶ ସାମଲ,ପ୍ରଶାନ୍ତ ବେହେରା,ସରୋଜ ପ୍ରଧାନ, ନିରଂଜନ ସାହୁ,କ୍ଷୀରୋଦ ସାହୁ, ବନିତା ପ୍ରଧାନ, ଆରତୀ ନାଏକ,ସୋଭାଗ୍ୟ ପଟ୍ଟନାୟକ, ସହ ବହୁ କ୍ଷତିଗ୍ରସ୍ତ ପ୍ରଜା ଉପସ୍ଥିତ ଥିଲେ । ସମ୍ପାଦକ ଶଶାଙ୍କ ଶେଖର ସାମଲ ଙ୍କ ନେତୃତ୍ବରେ ଏହି ଧାରଣା ଦେଇଥିବା ସୁଚନା ।




