ଖଣିକମ୍ପାନୀ ଅଧିକାରୀଙ୍କୁ ଅପହରଣ ପାଇଁ ଜାଲ ବିଛାଇଥିଲା ଡ୍ରାଇଭର ଫିରୋଜ।ଖଣିକମ୍ପାନୀ ଅଧିକାରୀଙ୍କୁ ଅପହରଣ ପାଇଁ ଜାଲ ବିଛାଇଥିଲା ଖଣି କମ୍ପାନୀରେ କାର୍ଯ୍ୟରତ ଡ୍ରାଇଭର ଏମ୍ଦି ଫିରୋଜ୍। ଏକବର୍ଷ ପୂର୍ବରୁ ଡ୍ରାଇଭର ଫିରୋଜ ସହ ମିଶି ମୁଖ୍ୟ ଅଭିଯୁକ୍ତ ବାବୁ (ଏମ ଡି ସହଦାବ ) କରିଥିଲା ଅପହରଣ ଯୋଜନା । ଯୋଜନା ଅନୁସାରେ ଗତ ୭ ତାରିଖ ଫିରୋଜ ନୁଆକାର କିଣି ୧୨ ତାରିଖ ଅଫିସରେ ସମସ୍ତଙ୍କୁ ଲଡ଼ୁ ଖାଇବାକୁ ଦେଇଥିଲା । ଯେଉଁଥିରେ ଖଣି କମ୍ପାନୀର ଉପ-ସଭାପତି (V P) ନିମାନନ୍ଦ ପ୍ରଧାନ ଙ୍କ ସବୁଦିନିଆ ଡ୍ରାଇଭର ଆକାଶ ଓ ଅନ୍ୟ ଜଣେ ଡ୍ରାଇଭର ଲଡୁ ଖାଇବା ପରେ ସେମାନଙ୍କ ମୁଣ୍ଡକୁ ନିଶା ଚଢିଥିଲା । ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ । ଫଳରେ ଯୋଜନା ମୁତାବିକ ଆକାଶ ଅସୁସ୍ଥ କାରଣରୁ ନିମାନନ୍ଦ ପ୍ରଧାନ ଫିରୋଜ କୁ ତାଙ୍କୁ ଘରେ ଛାଡ଼ି ଦେବାକୁ କହିଥିଲେ । ହେଲେ ଫିରୋଜ ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଅପହରଣ କରିନେଇ ଝାରଖଣ୍ଡ ପଳାଇ ଯାଇଥିଲା ଓ ପରିବାର ଲୋକଙ୍କ ଠାରୁ ତାଙ୍କୁ ମୁକୁଳାଇବାକୁ ୬୦ ଲକ୍ଷ ଟଙ୍କା ଦାବି କରିଥିଲା । ଯାହାକୁ ନେଇ ୧୩ ତାରିଖ ନିମାନନ୍ଦ ପ୍ରଧାନଙ୍କ ପତ୍ନୀ ବଡ଼ବିଲ ଥାନାରେ ଅଭିଯୋଗ ପରେ ପୋଲିସ ଖୋଳତାଡ ଆରମ୍ଭ କରି ଏହି କେଶକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହା ଏକ ହାଇପ୍ରୋଫାଇଲ କେଶ ହୋଇଥିବାରୁ ଏହାକୁ ଓଡ଼ିଶା ପୋଲିସ ମୁଖ୍ୟ (DGP) ଚ୍ଯାଲେଞ୍ଜ ର ସହ ନେଇ ପଶ୍ଚିମାଞ୍ଚଳ DIG ଓ କେନ୍ଦୁଝର ଏସପି କୁ ବଡ଼ବିଲ ରେ ରହି ଘଟଣାରେ ସମାଧାନ ପାଇଁ ସବୁ ପ୍ରକାର ସାହାର୍ଯ୍ୟ ଯୋଗାଇ ଦେଇଥିଲେ । ଏଥିରେ କେନ୍ଦୁଝର ଏସପି ଙ୍କ ତତ୍ୱାବଧାନରେ ୧୨ଟି ଟିମ ଓଡ଼ିଶା ବାହାରର ଝାରଖଣ୍ଡ , ବିହାର ଓ ପଶ୍ଚିମବଙ୍ଗକୁ ଯାଇ ୮ ଦିନ ମଧ୍ୟରେ ଅପହରଣ କାରିଙ୍କୁ ମୁକୁଳାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । DGP ଙ୍କ ସହଯୋଗ କ୍ରମେ ଏଥିରେ FlU , କ୍ରାଇମବ୍ରାଞ୍ଚ ଓଡ଼ିଶା , ATS ଝାରଖଣ୍ଡ , IG ଜେଲ ଝାରଖଣ୍ଡ , STF ବିହାର , IG ଜେଲ ବିହାର ଏବଂ ପଶ୍ଚିମବଙ୍ଗ ପୋଲିସ ସାମିଲ ଥିଲେ । ପଶ୍ଚିମାଞ୍ଚଳ DIG ବ୍ରିଜେସରାୟ ଓ କେନ୍ଦୁଝର ଏସପି ନିତୀନ କୁଶଲକର ଓ ତାଙ୍କ ୧୨ଟି ଟିମ ୮ ଦିନ ରାତି ପରିଶ୍ରମ କରି ଲୋକଙ୍କ ଆସ୍ତା ଭାଜନ ହୋଇପାରିଛନ୍ତି । ପ୍ରଥମ ଦିନରୁ ଅପହରଣ ରାଣ୍ଡସମ ଦେବାକୁ ଯିବା ସମୟରୁ ପୋଲିସର ସଠିକ ତଦନ୍ତ ପ୍ରଥମେ ଅପହରଣକାରୀଙ୍କ କବଳରୁ ଖଣି କମ୍ପାନୀର ଉପ-ସଭାପତି (V P) ନିମାନନ୍ଦ ପ୍ରଧାନ ଙ୍କୁ ଜିବିତ ଉଦ୍ଧାର ଥିଲା ବଡ଼ ଚ୍ଯାଲେଞ୍ଜ । ଏଣୁ ପଇସା ପାଇ ଅପହରଣକାରି ଖଣି କମ୍ପାନୀର ଉପ-ସଭାପତି (V P) ନିମାନନ୍ଦ ପ୍ରଧାନ ଙ୍କୁ ଜିବିତ ଛାଡିବା ପରେ ପୋଲିସ ଯୋଜନା ମୁତାବକ ଏକା ସାଙ୍ଗରେ ବିଭିନ୍ନ ଜାଗାରେ ଚଢାଉ କରିଥିଳା । ଯେଉଁଥିରେ ୭ ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୮ଟି ମୋବାଇଲ , ଗୋଟିଏ ଖେଳନା ବନ୍ଧୁକ ସହ ୫୦ ଲକ୍ଷ ୯୦ ହଜାର ଟଙ୍କା ଜବତ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ବାବୁ ( ଏମ ଡି ସହଦାବ) ପୋଲିସ ଜାଲ ରୁ ଖସି ଯିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ୧ – ଏମ ଡି ଫିରୋଜ ( ବଡ଼ବିଲ )୨ -ସରଫରାଜ ଅନସାରୀ (ରାଞ୍ଚି , ଝାରଖଣ୍ଡ )୩ – ସିହ୍ନା ସିଂ ( ଲେକ ଗାର୍ଡ଼େନ ‘ କଲିକତା , ପଶ୍ଚିମବଙ୍ଗ ‘୪ – ରାଜେନ୍ଦ୍ର ପାଶ୍ଵାନ (ରାଞ୍ଚି ‘ ଝାରଖଣ୍ଡ )୫-ଜମିଲ ଅକତାର (ରାଞ୍ଚି ‘ ଝାରଖଣ୍ଡ )୬-ଫାରହା ପରବିନ ( ଚକ୍ରଧରପୁର , ଝାରଖଣ୍ଡ )୭ – ସାଦାବ ନୌବାହାର (ଚକ୍ରଧରପୁର , ଝାରଖଣ୍ଡ )।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ।



