ଭୂବନେଶ୍ୱର: ଆଜି ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ଏହି ଅବସରରେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ଶ୍ରୀଲିଙ୍ଗରାଜ ମନ୍ଦିରରେ ଆକଳନଠୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଛି ।
ପ୍ରବଳ ଭିଡ଼ ଯୋଗୁଁ ମୁଖ୍ୟ ପ୍ରବେଶ ଦ୍ବାର ସିଂହଦ୍ବାର ନିକଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ୨ ଜଣ ମହିଳା ଭକ୍ତ ଆହତ ହୋଇଛନ୍ତି ।ଅଧିକ ଭକ୍ତଙ୍କ ଯୋଗୁ ଭିଡ଼ ନିୟନ୍ତ୍ରଣ ସାମାନ୍ୟ କଷ୍ଟ ହୋଇଛି । ସାହାଣମେଳା ଦର୍ଶନ ପରେ ବ୍ୟବସ୍ଥିତ ହୋଇଯିବ ଭିଡ଼ । ଏନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ଚଞ୍ଚଳ ରାଣ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)