ଭୂବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହେବ ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ। ଏନେଇ ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ। ଆଜି ଦିନ ପ୍ରାୟ ୧୧ଟାରେ ଉତ୍ତମ ମହାନ୍ତିଙ୍କ ମରଶରୀର ଭୁବନେଶ୍ୱରରେ ପହଁଚିବ। ଏହାପରେ ପାର୍ଥିବ ଶରୀରର ଶେଷ ଦର୍ଶନ ସହ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇପାରିବେ ବୋଲି କହିଛନ୍ତି ଓଡ଼ିଶା ସିନେ କଳାକାର ସଂଘସଧାରଣ ସମ୍ପାଦକ ଶ୍ରୀତମ ଦାସ।
ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଉତ୍ତମଙ୍କ ବିୟୋଗ ଓଡ଼ିଆ କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ଉତ୍ତମ ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା। ଓଡ଼ିଆ ସିନେମା ଜଗତର ଅପ୍ରତିଦ୍ବନ୍ଦୀ ନାୟକ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସେ ଏକ ଉଚ୍ଚସ୍ତରକୁ ନେଇଥିଲେ।ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତମ ମହାନ୍ତିଙ୍କ ପୁତ୍ର ବାବୁଶାନ୍ଙ୍କ ସହିତ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ କଥା ହୋଇ…
ଉତ୍ତମଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅନ୍ତ ହୋଇଛି। ଓଡ଼ିଶାର ଘରେ ଘରେ ପରିଚିତ ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ। ଉତ୍ତମଙ୍କୁ ଓଡ଼ିଆ ସିନେ ଜଗତର ଅଦ୍ୱିତୀୟ ନାୟକ କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ନିଖୁଣ ଅଭିନୟ ଦ୍ୱାରା ଦଶନ୍ଧି ଦଶନ୍ଧି ଧରି ସେ ଓଡ଼ିଆ ସିନେପ୍ରେମୀଙ୍କ ହୃଦୟକୁ ଛୁଇଁଥିଲେ। ଓଡ଼ିଶା ଓ ଓଡ଼ିଆ କଳାକ୍ଷେତ୍ର ପାଇଁ ତାଙ୍କ ଅବଦାନକୁ ଏମାଟି ସର୍ବଦା ମନେ ପକାଉଥିବ।



