
ଶ୍ରୀ ଚୈତନ ଟେକନ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ।ଗୋଳନ୍ଥରା ସ୍ଥିତ ଶ୍ରୀ ଚୈତନ ଟେକନ ସ୍କୁଲପରିଶର ରେ ଆଜି ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ମେଳା କୁ ରୋଲାଣ୍ଡ ଇନ୍ଷ୍ଟିଟ୍ୟୁଟ ଅଫ ଟେକନୋଲୋଜି କଲେଜ ର ପ୍ରିନସିପାଲ ଡାକ୍ତର ଗୁଣମଣି ଜେନା ଶୁଭ ଉଦଘାଟନ କରିଥିଲେ। ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରସ୍ତୁତି ସମସ୍ତ ପ୍ରୋଜେକ୍ଟକୁ ବୁଲି ଦେଖିବା ସହ କୁନି ଛାତ୍ର ଛାତ୍ରୀ ଙ୍କ ଜ୍ଞାନ ଓ କଳା କୌଶଳ କୁ ଉଚ୍ଚ ପ୍ରଶଂସା କରିଥିଲେ।ଏହି ବିଜ୍ଞାନ ରେ ପ୍ରାୟ 300 ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଥିଲେ। ଏହି ବିଜ୍ଞାନ ମେଳା କୁ ଦେଖିବା ପାଇଁ ସ୍କୁଲର ବହୁ ଅଭିଭାବକ ଓ ବହୁ ବୁଦ୍ଧିଜୀବି ଭିଡ଼ ଯମି ଥିଲା। ବିଜ୍ଞାନ ମେଳକୁ ଚୈତନ ଟେକନ ସ୍କୁଲର ପ୍ରିନସିପାଲ ସୂଚରିତ୍ର ଙ୍କ ସମତେ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରି ପରିଚଳନାରେସହଯୋଗ କରିଥିଲେ।



