ଶିକ୍ଷକ ଚନ୍ଦନ ବେହେରା ଙ୍କୁ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନକଲେ ରାଜ୍ୟପାଳ
ଜଗତସିଂହପୁର ତା =7/3/25ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ( ପରାମର୍ଶଦାତା) ପୁରସ୍କାର ଭାରତୀୟ ରେଡ୍ କ୍ରସ ସଂଗଠନ,ଓଡ଼ିଶା ରାଜ୍ୟ ଶାଖା,ଭୁବନେଶ୍ୱର ପକ୍ଷରୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି l ରାଜଭବନ ର ଅଭିଶେଖ ହଲ ରେ ଆୟୋଜିତ ଏକ ବର୍ଣ୍ୟlଢ଼ ଉତ୍ସବ ରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଡା. ହରିବାବୁ କମ୍ଭମ୍ ପାଟି ଏହି ରାଜ୍ୟ ପୁରସ୍କାର ପ୍ରଦାନ କରିଛନ୍ତି l ସମାଜ ସେବା, ବୃକ୍ଷରୋପଣ, ସଂଗଠନ, ସଚେତନତା କାର୍ଯ୍ୟକ୍ରମ, ଶିକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ର ସଫଳତାର ସହ ଆୟୋଜନ ପାଇଁ ଏହି ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି l ଏହି ପୁରସ୍କାର ପାଇଁ ଆମ ଜିଲ୍ଲା ର ସରକାରୀ ଉଚ୍ଚ ବିଦ୍ୟାଳୟ, ଦେଢ଼ଶରଦେଉଳି ର ଶିକ୍ଷକ ଚନ୍ଦନ ବେହେରା ଓ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ନିରଞ୍ଜନ ବିଶ୍ୱାଳ ରାଜ୍ୟ ର ଶ୍ରେଷ୍ଠ ଶିକ୍ଷକ ସମ୍ମାନରେ ସମ୍ମାନୀତ ହୋଇ ଜିଲ୍ଲା ପାଇଁ ଏହି ସଫଳତା ଆଣିଥିବାରୁ ତାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷlଧିକାରୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଦିଲ୍ଲୀପ କୁମାର ଦାସ ,ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଧିକାରୀ , ତ୍ରିଲୋଚନ ସାହୁ ରାଜ୍ୟ ଜୁନିୟର ରେଡ୍ କ୍ରସ ଅଧିକାରୀ, ବିଭିନ୍ନ ସାମାଜିକ ସଂଗଠନ, ବିଭିନ୍ନ ଶିକ୍ଷା ସଂଗଠନ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଳଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



