ମାର୍ଚ୍ଚ ୧୦ , କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଜଗତସିଂହପୁର ତା =7/3/25ଜଗତସିଂହପୁର,ରାଜ୍ୟରେ ହୁ ହୁ ହୋଇ ବଢୁଥିବା ନାରୀ ନିର୍ଯ୍ୟାତନା ପ୍ରତିବାଦ ରେପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୋମବାର ଦିବା ୧୦ ଘଟିକା ସମୟରେ ଜିଲ୍ଲାପାଳ ଙ୍କ କାର୍ଯାଳୟ ଘେରାଉ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଛି।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ତଥା ବରିଷ୍ଠ କଂଗ୍ରେସ ନେତା ସନତ୍ ଦାସ ଘେରାଉ କାର୍ଯ୍ୟକ୍ରମ ଉପରେ ପିସିସି ନିର୍ଦ୍ଧେଶ ବଳି ଉପରେ ସୂଚନା ଦେବା ସହ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବାଲିକୁଦାର ପୂର୍ବତନ ବିଧାୟକ ଡ଼ା ଲଲାଟେନ୍ଦୁ ମହାପାତ୍ର, ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ୱାଇଁ, ଜଗତସିଂହପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ ,ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ନିରଞ୍ଜନ ନାୟକ , ନାଉଗାଁ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା,ପିସିସି ସଭ୍ୟ ଦେଵ ପ୍ରସାଦ ନାୟକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ମାନସ ରଥ,ଅଭୟ କୁମାର ମହାନ୍ତି, ଡ଼ ଜଗଦାନନ୍ଦ ବେହେରା,ଇମିତିୟାଜ ଅହମ୍ମଦ ଖାଁ ,ବଲ୍ଲଭାନନ୍ଦ ସ୍ବାଇଁ, ପ୍ରିୟବ୍ରତ ମିଶ୍ର, ପ୍ରଶାନ୍ତ କୁମାର ଦାସ, ବିକ୍ରମ ପରିଡ଼ା, କେଦାର ବିଶ୍ବାଳ,ନିହାର ଦାସ,ମହନି ଚରଣ ରାଉତ, ଅଵନୀକାନ୍ତ ମହାରଣା, ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ କୁ ସଫଳ କରିବାକୁ ନିଜର ମତାମତ ପ୍ରଦାନ କରିଥିଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



