ପାଇଁ ମାର୍ଚ୍ଚ ୫, ୨୦୨୫ରେ ସାରା ଦେଶରେ ଫାର୍ମାସି କଲେଜ/ବିଶ୍ୱବିଦ୍ୟାଳୟରେ ସେମିନାର ଆୟୋଜନ କରାଯାଇଥିଲା । ଫାର୍ମା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପିଏମବିଜେପି ଉପରେ ସର୍ବଭାରତୀୟ ସେମିନାର ଏବଂ କର୍ମଶାଳା ଆୟୋଜନ କରାଯାଇଥିଲା ।୨୦୨୫ ଜନ ଔଷଧୀ ଦିବସ ପାଳନର ଷଷ୍ଠ ଦିବସରେ ପିଏମବିଜେପି ସାରା ଦେଶରେ ନାଗରିକମାନଙ୍କୁ ସ୍ୱେଚ୍ଛାସେବୀ ଭାବରେ ପଞ୍ଜିକୃତ କରିବା ପାଇଁ ‘ଆଓ ଜନ ଔଷଧି ମିତ୍ର ବନେ’ର ଆୟୋଜନ କରିଛି । କୁତବ ମିନାରକୁ ମଧ୍ୟ ସୁନ୍ଦର ଆଲୋକରେ ଆଲୋକିତ କରାଯାଇ ଜନ ଔଷଧୀ ପରିଯୋଜନାର ବାର୍ତ୍ତା ଦିଆଯାଇଥିଲା ।ସପ୍ତାହବ୍ୟାପୀ ଏହି ମହାନ ପ୍ରକଳ୍ପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜାତୀୟ ପେନସନଭୋଗୀ ଏବଂ ଜନ ଔଷଧୀ ତଥା ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କୁ ୧.୧୨ କୋଟିରୁ ଅଧିକ ଡିଜିଟାଲ ବାର୍ତ୍ତା ପଠାଯାଇଥିଲା । ଦେଶର ଯୁବପିଢ଼ିଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ମାଇଗଭ ପୋର୍ଟାଲ ଜରିଆରେ ପ୍ରବନ୍ଧ ଲେଖା, ପୋଷ୍ଟର ମେକିଂ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୁଇଜ୍/ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ମାଇଗଭ ପୋର୍ଟାଲ ଜରିଆରେ ସଚେତନତା ସୃଷ୍ଟି ପାଇଁ ୭ କୋଟିରୁ ଅଧିକ ମେସେଜ ପଠାଯାଇଥିଲା । ବାର୍ତ୍ତା ପ୍ରଚାର ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୩୦୦ ସ୍ଥାନରେ ଥିବା କମ୍ୟୁନିଟି ରେଡିଓ ଷ୍ଟେସନକୁ ମଧ୍ୟ ଏକ ମାଧ୍ୟମ ଭାବରେ ବ୍ୟବହାର କରାଯାଇଥିଲା ।



