ବାସହୀନଙ୍କୁ ଗୋପବନ୍ଧୁ କୁଟିର ବଣ୍ଟନ
ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଅନୁଷ୍ଠିତ ବାସହୀନ ତଥା ନିରାଶ୍ରୟ ମାନଙ୍କୁ ନିର୍ମିତ ଗୋପବନ୍ଧୁ କୁଟିର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସମାଜର ମୁଦ୍ରକର ଓ ପ୍ରକାଶକ ଏବଂ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ।ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଭାରତ ବାଇ ସଂଯୋଜନା କରିଥିଲେ। ସିଂହପୁରର ପୃର୍ବତନ ସରପଞ୍ଚ ନଟବର ବେଉରିଆ,ଆଳି ବ୍ଳକର ପୃର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ମଲ୍ଲୀକ, ସମାଜସେବୀ ଦଶରଥ ମଲ୍ଲୀକ ଓ ମଞ୍ଜୁଲତା ସାମଲ ପ୍ରମୁଖ ମଞରେ ଅତିଥି ଭାବେ ଯୋଗଦେଇ ଥିଲେ। କାହାଠାରୁ କୈାଣସି ସହଯୋଗ ନନେଇ ନିଜର ସଞିତ ଅର୍ଥର ବିନିଯୋଗରେ ଯାଜପୁର ଜିଲ୍ଲାର ବିଂଝାରପୁର, କେନ୍ଦ୍ରାପଡ଼ା ଜିଲ୍ଳାର ଆଳି, ରାଜକନିକା ବ୍ଲକ ଅଞ୍ଚଳରେ ସେ ଚିହ୍ନଟ କରିଥିବା ବାସହୀନ ଅସହାୟ ମାନଙ୍କୁ ଚାବି ଓ ଫ୍ୟାନ ଏହି ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରାଯାଇ ଥିଲା। ଭରତ ବାଇଙ୍କର ଏ ପ୍ରକାର ବଦାନ୍ୟତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



