ନୂଆଦିଲ୍ଲୀ – ଆଜି ବିଶ୍ୱ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତୀକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତାପାଇଁ ସେଲିବ୍ରେଟ କରିବା ପାଇଁ ମହିଳା ଦିବସ ପାଳନ କରାଯାଇଥାଏ । ଆଜିର ସମାଜରେ ମହିଳା ଏବଂ ପୁରୁଷ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ମହିଳା ମାନେ ଆଜିର ଯୁଗରେ ସମସ୍ତ କ୍ଷେତ୍ରରେ ଆଗକୁ ବଢୁଛନ୍ତି ।
ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଲେଖିଛନ୍ତି, “ସମସ୍ତଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା! ଆଜି, ଆମେ ମହିଳାମାନଙ୍କ ସଫଳତା ଏବଂ ଅବଦାନକୁ ପାଳନ କରୁଛୁ। ଆମେ ମହିଳା ଅଧିକାର, ସମାନତା ଏବଂ ସଶକ୍ତିକରଣ ପାଇଁ ମିଳିତ ପ୍ରୟାସ କରିବାକୁ ମଧ୍ୟ ପ୍ରତିଜ୍ଞା କରୁଛୁ। ଆମେ ଏକ ଲିଙ୍ଗଗତ ସମାନ ବିଶ୍ୱ ନିର୍ମାଣ କରିପାରିବା ଯେଉଁଠାରେ ମହିଳା ଏବଂ ଝିଅମାନେ ଭୟ ବିନା ସେମାନଙ୍କର ସ୍ୱପ୍ନକୁ ପୂରଣ କରିପାରିବେ।”


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)
