ପଞ୍ଜାବର ଲୁଧିଆନାରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ସୂଚନା ଅନୁଯାୟୀ, ଫୋକାଲ୍ ପଏଣ୍ଟ ଅଞ୍ଚଳର ଫେଜ୍ 8 ରେ ଥିବା ଏକ ରଙ୍ଗାଇଂ କୋଠାର ପୁରୁଣା ଅଂଶ ଭୁଶୁଡ଼ି ପଡ଼ିଛି ଏବଂ ଏହା ତଳେ ପ୍ରାୟ ଚାରି ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ରିଲିଫ୍ କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଯେ କୋଠା ଭୁଶୁଡ଼ି ପଡ଼ିବା କାରଣରୁ ବିସ୍ଫୋରଣ ଭଳି ଶବ୍ଦ ହୋଇଥିଲା ଓ ଏହା ପରେ ଏହି ଅଂଚଳରେ ଆତଙ୍କ ଖେଳିଯାଇଥିଲା ।
ଲୁଧିଆନାର ଫେଜ-୮ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୪ରୁ ୫ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଥାନା ଫୋକଲ ପଏଣ୍ଟ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)

