ତା ୧୪/୩/୨୦୨୫ ରିଖ ଶୁକ୍ରବାର ଢ଼େଙ୍କାନାଳସ୍ଥ ସଦର ବ୍ଳକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମ ତଳସାହିର ଭଗବତ ଜୀଉଙ୍କ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦୋଳ ପର୍ବ ପାଳନ କରାଯାଉଛି। କାହିଁ କେଉଁ ଆବହମାନ କାଳରୁ ଦୋଳ ପର୍ବ ଏହି ଠାରେ ବହୁ ଶ୍ରଦ୍ଧାର ସହ ପାଳନ ହେଉଛି। ରାଧାକୃଷ୍ଣ ଦୋଳ ବିମାନରେ ଫଗୁ ଅବିର ସହ ସଂକୀର୍ତ୍ତିନ ମଣ୍ଡଳି ଓ ଗୋପାଳଙ୍କର ଲଉଡ଼ି ଖେଳରେ ସାହିକୁ ସାହି ବୁଲନ୍ତି l ଭକ୍ତମାନେ ରାଧାକୃଷ୍ଣ ଙ୍କ ବନ୍ଦାପନା ସହ ଭୋଗ ନୈବେଦ୍ୟ କରନ୍ତି। ପରସ୍ପରକୁ ରଙ୍ଗ ଅବିର ଲଗାଇ ସ୍ନେହ ପ୍ରେମ ପ୍ରିତିର ସମ୍ବନ୍ଧକୁ ସୁଦୃଢ଼ କରନ୍ତି। ପରିଶେଷରେ ପ୍ରସାଦ ସେବନ ରାତ୍ର ୯ ଘଟିକାରେ ହୋଇଥାଏ।ଏହି କାର୍ଯ୍ୟକ୍ରମକୁ ଦାମ ସାମନ୍ତରାୟ ସ୍ଵୟଂ ସେବକ ସଂଘର ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ତ୍ଵାବଧାନରେ ଶୃଙ୍ଖଳାର ସହ ପରିସମାପ୍ତି ହୁଏ l ସ୍ବୟଂ ସଂଘର ଅଧକ୍ଷ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ଓ ପ୍ରଫୁଲ ମଲ୍ଲିକଙ୍କ ମାର୍ଗ ଦର୍ଶନରେ ପରିଚାଳିତ ହେଉଅଛି ।

April 16, 2026/
No Comments


