ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩୦ ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ । ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୦ତମ ସଂସ୍କରଣ । ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି ।
ଜନସାଧାରଣ ନମୋ ଆପ୍ ଓ ଗଚ୍ଚ ଏକ୍ଟଙ୍ଖ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇ ପାରିବେ ।ଏହା ବ୍ୟତୀତ ସେମାନେ ୧୮୦୦-୧୧-୭୮୦୦ ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ । ସେମାନେ ମଧ୍ୟ ୧୯୨୨ କୁ ମିସ୍ଡ କଲ୍ ଦେଇ ଝଗଝ ଅନୁସାରେ ନିଜର ମତାମତ ଆସନ୍ତା ୨୫ ତାରିଖ ମଧ୍ୟରେ ଦେଇପାରିବେ । ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏ.ଆଇ.ଆର୍. ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ । ଏହା ଆକାଶବାଣୀ ସମ୍ବାଦ, ଡି.ଡି. ନ୍ୟୁଜ୍, ପି.ଏମ୍.ଓ. ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)