ଚଣ୍ଡିଗଡ଼: ଗୋଟେ ପଟେ ରଙ୍ଗର ପର୍ବକୁ ଲୋକେ ବେଶ ଧୁମଧାମରେ ପାଳନ କରୁଥିବା ବେଳେ, ଅନ୍ୟ ପଟେ ବିଜେପି ନେତାଙ୍କ ଉପରେ ହୋଇଛି ଗୁଳି ବର୍ଷା। ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଜମି ବିବାଦକୁ ନେଇ ଗତକାଲି ହତ୍ୟାକାଣ୍ଡ ହୋଇଥିବା ସୂଚନା ।
ଖବର ଅନୁସାରେ ଜବାହର ଗାଁରେ ଏହି ହତ୍ୟାକାଣ୍ଡ ହୋଇଛି।ବିଜେପି ନେତା ତଥା ଗାଁ ମୁଖିଆ ସୁରେନ୍ଦ୍ର ଜବାହରଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ହତ୍ୟାକାରୀର ନାଁ ମୋନୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପାରିବାରିକ କଳହରୁ ଗୁଳିକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି। ସୁରେନ୍ଦ୍ର ଜବାହରଙ୍କୁ ନିଶାନା କରି ଅଭିଯୁକ୍ତ ମୋନୁ ଫାୟାରିଂ କରିଥିଲା। ଯେଉଁଥିରେ ଗୁଳି ସିଧା ସୁରେନ୍ଦ୍ରଙ୍କ ଦେହରେ ବାଜିଥିଲା। ଆଉ ସେ ପ୍ରାଣତ୍ୟାଗ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


