ଭୂବନେଶ୍ୱର, ୧୭/୦୩ : ଆଜି କମ୍ପିବ ବିଧାନସଭା । ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଗର୍ଜିବେ ବିରୋଧୀ । ହୋଲି ଦିନରେ ସାରା ରାଜ୍ୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି । ହୋଲି ଦିନ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ, କଟକରେ ଗୁଳିମାଡ ସମେତ ସାରା ରାଜ୍ୟରେ ହିଂସାକାଣ୍ଡ ଘଟିଛି ।
ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବେ ବୋଲି ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ଗଣମାଧ୍ୟମରେ କହିଛନ୍ତି । ପୂର୍ବରୁ ମହିଳା ନିର୍ଯାତନା ଓ ଜୟନାରାୟଣଙ୍କ ବିବାଦୀୟ ବୟାନକୁ ପ୍ରସଙ୍ଗ କରି ଗୃହକୁ ଅଚଳ କରିଦେଇଥିଲେ ବିରୋଧୀ । ଏବେ ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ବିଧାନସଭାରେ ସରକାରଙ୍କୁ ଅକଲରେ ପକାଇବାକୁ ବିରୋଧୀ ଯୋଜନା କରିଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


