ଭୂବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଏ ସମ୍ପର୍କରେ ବୁର୍ଲାରେ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି। ତେବେ କିଛି ଅଦଳବଦଳ ମଧ୍ୟ ହୋଇପାରେ।
ଆସନ୍ତା ୨୧ ତାରିଖ ଶାହା ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ସିଧାସଳଖ ଏଠାକୁ ଆସି ବୁର୍ଲା ଏମ୍ସିଏଲ୍ ଅତିଥି ଭବନରେ ରାତ୍ରିରହଣୀ କରିବେ। ତା’ ପରଦିନ ସକାଳେ ସମଲେଇ ଦର୍ଶନ କରିବେ ଏବଂ ସମ୍ବଲପୁର ପିଏଚ୍ଡ଼ି ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ୧୫୦ କୋଟି ଟଙ୍କାରେ ନିର୍ମିତ ଭିମ୍ସାର ସୁପର ସ୍ପେଶିଆଲିଟି କୋଠା ଏବଂ ୩୨.୮୯ କୋଟି ଟଙ୍କାରେ ନିର୍ମିତ ଦୁର୍ଗାପାଲି ରେଳ ଓଭରବ୍ରିଜର ଉଦ୍ଘାଟନ କରିବେ।ପରେ ସେ ଏକ ଜନସଭାକୁ ଉଦ୍ବୋଧନ ଦେବେ। ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ତେଣୁ ଏହି ଜନସଭାରେ ଅତିକମ୍ରେ ୫୦ ହଜାର ଲୋକଙ୍କ ସମାଗମ ହେବ ବୋଲି ସାମଲ ଦୃଢୋକ୍ତି ପ୍ରକାଶ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


