ମଣପୁରମ ବ୍ୟାଙ୍କ ରୁ ବନ୍ଧକ ସୁନା ଗାଏବ୍ ଉତ୍ତ୍ଯକ୍ତ ଗ୍ରାହକ ତାଲା ପକାଇଲେ।
ବଅଁରପାଳ,୧୯/୩ – ବଅଁରପାଳ ବ୍ଲକ ସିମିଳି ସାହି ଦୁର୍ଗା ବଜାର ସ୍ଥିତ ଥିବା ମଣିପୁରମ ବ୍ୟାଙ୍କ ରେ ବନ୍ଧକ ସୁନା ଗାଏବ୍ ନେଇ ଉତ୍ୟକ୍ତ ଗ୍ରାହକ ଆଜି ଦିନ ୧୧ ଟା ବେଳେ ବ୍ୟାଙ୍କ କୁ ତାଲା ପକାଇ ଦେଇଥିଲେ, ସୂଚନା ଯେ ବୁଢ଼ାପଙ୍କ ଗ୍ରାମର ଗଣେଶ୍ୱର ନାୟକ ଗତ ଡିସେମ୍ବର ମାସରେ ୧୮୩ ଗ୍ରାମ ସୁନା ବନ୍ଦକ ଦେଇ ଟଙ୍କା ନେଇଥିଲେ, ଭାଗବତ ପୁର ଗ୍ରାମର ସରୋଜିନୀ ଦାସ ମଧ୍ୟ ୧୩ ଭରି ସୁନା ବନ୍ଧକ ଦେଇ ଟଙ୍କା ନେଇଥିଲେ ଉଭୟ ଗ୍ରାହକ ବ୍ୟାଙ୍କ କୁ ଆସି ଟଙ୍କା ପରିଶୋଧ କରି ସୁନା ନେବାକୁ ଚାହିଁଥିଲେ ମଧ୍ୟ ବ୍ୟାଙ୍କ ରେ ସୁନା ନଥିବା ନେଇ ବ୍ୟାଙ୍କ କର୍ମଚାରୀ ମାନେ ଗତ ଫେବୃୟାରୀ ମାସରେ ଥାନାରେ ଏତଲା ଦେଇଥିଲେ, ବ୍ୟାଙ୍କ କର୍ମଚାରୀ ଙ୍କୁ ପଚାରିଗଲେ କହିଲେ ଥାନାରେ ଏତଲା ଦେଇଛୁ ଇନସୁରାନ୍ସ କୁ ରିପୋର୍ଟ କରି ସୁନା ଫେରାଇବୁ ଗ୍ରାହକ ମାନେ କର୍ମଚାରୀ ଙ୍କ କଥାକୁ ବିଶ୍ବାସ ନକରି ବ୍ୟାଙ୍କ କୁ ତାଲା ପକାଇ ଦେଇ ଶୀଘ୍ର ସୁନା ଫେରାଇ ବାକୁ ଦାବି କରିଥିଲେ।



