ଜବତ ଲୁହାପଥର ଚୋରୀଉଦ୍ୟମ ଦୁଇଟ୍ରକ ଜବତ, କିନ୍ତୁ ଧାରା ପଡୁନାହାନ୍ତି ଆସାମୀ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳରେ ଖଣି ଚୋରୀ ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି। ବାରମ୍ବାର ଚୋରୀ ହେବାପରେ ମଧ୍ୟ ଖଣି ବିଭାଗ ଓ ଆଞ୍ଚଳିକ ପ୍ରଶାସନ ଚୋରୀ ରେlକିବାରେ ସମ୍ପୂର୍ଣ ବିଫଳ ଭଳି ମନେହୁଏ l ଖଣି ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ କୌଣସି ଦାବିଦାର ନଥିବା ଖଣିଜ ପଦାର୍ଥକୁ କାଗଜ ପତ୍ରରେ ଜବତ ଦେଖାଇ ବିଭାଗ ବେପରୁଆ ଭାବେ ସେହି ସ୍ଥାନରେ ଛାଡି ଦେଉଛି ।ଫଳରେ ଜବତ ଖଣିଜ ଦ୍ରବ୍ୟ ଚୋରୀ ହେବାରେ ଲାଗିଛି ।ଖଣି ଜଗିବା ପାଇଁ ଓ ଖଣିରେ ଅନୁଶାସନ ରଖିବା ପାଇଁ ଖଣି ବିଭାଗ ରହିଛି କିନ୍ତୁ ତାହା ଖାଲି ଧର୍ମକୁ ଆଖିଠାର ସଦୃଶ ମନେହୁଏ। ଖଣିଜ ଚୋରା ଚାଲାଣ କୁ ରୋକିବାରେ ,ଖଣିଜ ବୋଝେଇ ଗାଡ଼ି ଧରିବାରେ ଖଣି ବିଭାଗ ସେପରି କୌଣସି ଆଖିଦୣଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରୁ ନାହିଁ ।ଖଣି ଚୋରୀ କୁ ପୋଲିସ ଓ ବନ ବିଭାଗ କିଛିକାଂଶରେ ଆୟତ୍ତ କରୁଛନ୍ତି, କିନ୍ତୁ ଖାଲି ଜବତ୍ ହଉଛି ଗାଡ଼ି ଆସାମୀ ବା ଖଣି ମାଫିଆ ମାନଙ୍କ ଟେର୍ ପାଉନାହାନ୍ତି। ଏଥିରୁ ସନ୍ଦେହ ଜାତ ହୁଏ କି ଖଣି ମାଫିଆ ଓ ବିଭାଗୀୟ ଅଧିକାରୀ ବା ଆଞ୍ଚଳିକ ପ୍ରଶାସନ ର ଭିତିରି ମଧୁ ଚନ୍ଦ୍ରିକା ନାହିଁତ ? ଯାହାକି ସୂଚନା ରହିଛି ଗତ କାଲି ଯେlଡା ଥାନା ଅନ୍ତର୍ଗତ ଯୋଡ଼ା ବେହେରାସାହି ଠାରେ ଜବତ ହୋଇ ଗଚ୍ଛିତ ରହିଥିବା ଲୁହାପଥର କୁ ଚୋରା ଚାଲାଣ କରୁଥିବା ଦୁଇଟି ଟ୍ରକକୁ ଯେlଡା ପେlଲିସ ଧରିଵାରେ ସଫଳ ହେଇଛି ଯାହାର ନମ୍ବର୍ OD 09P-1715 ଓ OD 09Z -3106 ଅଟେ।ଏଥିରେ ସଂପୃକ୍ତ ବ୍ୟକ୍ତି ମାନେ ଘଟଣା ସ୍ଥଳରୁ ଫେରାର ହେଇଯାଇଛନ୍ତି, ବିଗତ ଦିନରେ ମଧ୍ୟ ଦେଖା ଯାଇଥିଲା କି ଖଣି ବିଭାଗ ଦ୍ବାରା ଜବତ୍ ଗଚ୍ଛିତ ଖଣିଜ ପଦାର୍ଥ ଚୋରଚାଲାଣ ବେଳେ ଖାଲି ଧାରା ପଡ଼ିଲା ଗାଡ଼ି ଉଭାନ୍ ହେଇଗଲେ ଖଣି ମାଫିଆ ଏଥିରୁ ବିଭାଗୀୟ ଅଧିକାରୀ ଓ ଆଞ୍ଚଳିକ ପ୍ରଶାସନ ର କାର୍ଯ୍ୟ ଶୈଳୀ ଉପରେ ସନ୍ଦେହ ହୁଏ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



