ବାମରା ଓ କୁଚିଣ୍ଡା ବ୍ଲକରେ ନିଶା ନିବାରଣ ଆନ୍ଦୋଳନ ଫେରିଲା ,

ବାରଗାଡ଼ ରେ ବିରାଟ ସମାବେଶ ଓ ପଦଯାତ୍ରା ଜନ ସଚେତନତା
କୁଚିଣ୍ଡା /ବାମରା,:୧୬/୩:ଦୀର୍ଘ ଦୁଇ ବର୍ଷ ପରେ ପୁଣି ବାମରା ବ୍ଲକ କୁ ନିଶା ନିବାରଣ ଆନ୍ଦୋଳନ ଫେରିଛି ।ବିଗତ ବି ଜେ ଡି ସରକାର ବେଳେ ସମଗ୍ର ଉପଖଣ୍ଡରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବ୍ଲକ ତଥା ଉପଖଣ୍ଡ ସ୍ତରେ ସଭା ,ସମାବେଶ ଓ ଗଣ ବିକ୍ଷୋଭ ମାନ ହୋଇଥିଲା ।ଏବେ ସରକାର ବଦଳିବା ପରେ ବି ଜେ ପି ନିର୍ବାଚନ ଇସ୍ତାହାର ରେ ନିଶା ନିବାରଣ ପ୍ରତିଶ୍ରୁତି ଦେଇ ଥିବା ବେଳେ ଲୋକେ ଆଶା ନ୍ଵୀତ ହୋଇ ପଡ଼ିଥିଲେ ବି ସେମାନେ ନିରାଶ ହୋଇ ପୁଣି କୁଚିଣ୍ଡା ଓ ବାମରା ବ୍ଲକ ରେ ଏହି ଆନ୍ଦୋଳନ ଫେରିଛି ।ଏହି ଆନ୍ଦୋଳନ ପୂର୍ବ ପରି ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ଓ କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣାକର କିଶା ନ ନେଉଥିବା ଦେଖା ଯାଇଛି ।ଏହି ଅବକାଶ ରେ କୁଚିଣ୍ଡା ବ୍ଲକ୍ ର ର ଚନ୍ଦିନିମାଲ ଗ୍ରାମ ପଞ୍ଚାୟତ ର ଲ ଶା ଓ ଚ ନ୍ଦି ନି ମାଲ ଗ୍ରାମ ପରେ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆଜି ବାରଗାଡ଼ ପୂଜା ମଣ୍ଡପ ଠାରେ ନିଶା ବିରୋଧୀ ସମାବେଶ ଅନୁଷ୍ଠିତ ହୋଇ ନିଜେ ନିଶା ପାନ ନ କରିବା ସହ ନିଶା ନିବାରଣ ଅଞ୍ଚଳ ଗଠନ ପର୍ଯ୍ୟନ୍ତ ଉଦ୍ୟମ ଅବ୍ୟାହତ କରିବାକୁ ଶପଥ ପାଠ କରିଥିଲେ ।ଏହା ପରେ ଏକ ବିରାଟ ଶୋଭାଯାତ୍ରା ରେ ତିନୋଟି ଗ୍ରାମକୁ ଯାଇ ବିଭିନ୍ନ ସ୍ଲୋଗାନ ଓ ପଥ ପ୍ରନ୍ତ ସଭା ମାଧ୍ୟମରେ ଜନ ସଚେତନତା କରିଥିଲେ ।ଏହି ସମାବେଶରେ ସଭାପତି ସୁବାସ ନାୟକ ,କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣା କର କିଶାନ, ବାମରା ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଶୁକ୍ଳା, ନାଏବ ସରପଞ୍ଚ ପବନେଶ୍ୱର୍ ମାକର, କବି କନକ ଲତା ନାୟକ, ସ୍ୱେଚ୍ଛା ସେବୀ ସରିତା ଚେଲି,ସବିତା କର୍ସେଲ୍,କୁନା ପୂଜାରୀ,ରାଜା ଖାଁ ,ପ୍ରମୁଖ ଭାଷଣ ଦେଇ ବିଗତ ହୋରୀ ଖେଳ ଦିନର ହତ୍ୟା କାଣ୍ଡ ଗୁଡ଼ିକ ନିଶା ପାନ ଯୋଗୁଁ ହୋଇଥିବା ବେଳେ ସରକାର ନିଜ ପ୍ରତିଶ୍ରୁତି ମୁତାବକ ନିଶା ମୁକ୍ତ ରାଜ୍ୟ ଗଠନ ପାଇଁ ଆହ୍ବାନ ଦେଇଥିଲେ ।ସେମାନେ ତାଙ୍କ ବକ୍ତବ୍ୟରେ ବାରଗାଡ଼ ଗ୍ରାମ ବାସୀ ନିଜ ବୋଲି ଯାତ୍ରା ପାଇଁ ମଦ ଭାଟି ର ଦାନକୁ ଗ୍ରହଣ ନ କରି ନିଶା ନିବାରଣ ପାଇଁ ବାହାରି ଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଅଞ୍ଚଳ ବାସି ଙ୍କ ଉଦ୍ୟମରେ ବିଗତ ତିନି ଦିନ ସମସ୍ତ ନିଶାଦ୍ରବ୍ୟ ବ୍ୟବହାର ବନ୍ଦ ଥିବା ଦେଖା ଯାଇଛି ।ଏହି କାର୍ଯ୍ୟକ୍ରମକୁ କିଶୋର ଗୋପାଳ ,କୁମୁଦିନୀ ଗୋପାଳ,ସେବତୀ ମାକର, କାଞ୍ଚନ ମାକର,ରାଜୀବ ବାଗ,ଲୋକନାଥ କଉଡ଼ି ପ୍ରମୁଖ ପରିଚାଳନା କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

