ଆରଡି ବିଭାଗ ପୋଲ ନିର୍ମାଣରେ ମହାଦୁର୍ନୀତି ର ଗନ୍ଧ
ଅଭିଯୋଗ ଆଣିଲେ ଗ୍ରାମବାସୀ
ଗୋଲାମୁଣ୍ଡା ୨୩/୩ – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧୀନ କସ୍ତୁରାପଦର୍ ଗ୍ରାମରେ ଆରଡି ବିଭାଗ ପକ୍ଷରୁ ବିନା ସୂଚନା ଫଳକରେ ଏକ ପୋଲ ନିର୍ମାଣ କାମ ଚାଲିଛି । ମୂଳରୁ ଅତି ନିମ୍ନ ମାନର କାମ ହେଉଥିବାର ଗ୍ରାମବାସୀ ଅଭିଯୋଗ କରିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମ ର ଶିରୋନାମ ପାଲଟିଥିଲା ବେଳେ ଠିକାଦାର ଓ କନିଷ୍ଟ ଯନ୍ତ୍ରୀ ଏବଂ ଏସଡିଓ ଙ୍କ ମଧୁଚନ୍ଦ୍ରକାରେ ପୋଲ ଭିତରେ ମାଟି ପୁରାଇ ଫଲ୍ସ ପକାଇ ସ୍ଲାବ ପକାଇବା ପାଇଁ ସୁ ଯୋଜନା କରିଥିଲେ । ଗ୍ରାମବାସୀ ଗୋଲାମୁଣ୍ଡା ଜନକଲ୍ୟାଣ ସାମ୍ବାଦିକ ସଂଘ ପାଖରେ ଅଭିଯୋଗ କରିଥିଲେ।ସେହି ଅଭିଯୋଗ ଆଧାରରେ ଜନକାଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ କାଲହାଣ୍ଡି ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ମାଟି ନିଷ୍କାସିତ କରାଯାଇଥିଲା ହେଲେ ମାର୍ଚ୍ଚ ୨୨ ତାରିଖ ରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ପୋଲ ଅଧା ସ୍ଲାବ ପକାଇଥିଲେ ବର୍ଷା ଯୋଗୁ ସକାଳ ଦଶ ଘଣ୍ଟା ସମୟରେ ସ୍ଲାବ୍ ଦେଉଥିବା ବେଳେ ଅତି ନିମ୍ନମାନର ହୋଇଥିବାରୁ ଗ୍ରାମବାସୀ କାମକୁ ବନ୍ଦ କରିଥିଲେ ଏବଂ ଜନକଲ୍ୟାଣ ସାମ୍ବାଦିକ ସଂଘ କୁ ଫୋନ୍ କରି ଡାକିଥିଲେ । ସାମ୍ବାଦିକ ପକ୍ଷରୁ ଜେଇ ଏବଂ ଏସଡିଓ ଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା । ହେଲେ ଦୁଃଖ ର ବିଷୟ ଜେଇ କିମ୍ବା ଏସ ଡି ଓ ନ ଆସି ଠିକାଦାର ଏବଂ କିଛି ଅସାଧୁ ବ୍ୟକ୍ତି ଙ୍କୁ ପଠାଇଥିଲେ । ସେହି ଅସାଧୁ ବ୍ୟକ୍ତିମାନେ ଆସି ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ ସାମ୍ବାଦିକ ମାନଙ୍କୁ ମଧ୍ୟ ଧମକ ଚମକ୍ କରି ବଲପୂର୍ବକ ୧୨.୩୦ ଘଣ୍ଟା ସମୟରେ ସ୍ଲାବ ପକାଇଥିଲେ । କମଜଦି ଠୀ କ ଥିଲା ତାହାହେଲେ କାହିଁକି ଲୋକଙ୍କ ଆଶ୍ରୟ ନେଇ ଥିଲେ ସବୁଠାରୁ ବଡ଼ କଥା ହେଉଛି କାଲି ସନ୍ଧ୍ୟା ୫ ଘଣ୍ଟା ରେ ଅଧା ସ୍ଲାବ ପଡିଥିବା ବେଳେ ଦୀର୍ଘ ୧୮ ଘଣ୍ଟା ବ୍ୟବଧାନରେ ସ୍ଲାବ ପକାଇ ଥିବାରୁ ସ୍ଲାବର ସ୍ଥାୟୀ ଉପରେ ଗ୍ରାମବସି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି । ଅତିଁ ନିମ୍ନମାନର କାମ ହେଇଥିବା ରୁ ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ହେବା ପାଇଁ ଗ୍ରାମ ର ଗଣେଶ ଭୋଇ,ଧନୀରାମ ସୁନାନି,ଯୋଗେଶ୍ୱର ମାଝି,କୁଞ୍ଜ ସୁନାନି,ଡମ୍ବରୁଧର ଭୋଇ, ଥବିର ସୁନାନି,ରବୀନ୍ଦ୍ର ସୁନାନି,ଫକୀର ମଲ୍ଲିକ ସମେତ ଗ୍ରାମର ଶତାଧିକ ଲୋକ ଅଭିଯୋଗ ଆଣିଛନ୍ତି।
ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉ ଜ



