*ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର*
*ଜଳ ହିଂ ଜୀବନ* ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ କୁ ଦୃଷ୍ଟି ରେ ରଖି ଉତ୍କଳ ଦିବସ ରେ ଢେଙ୍କାନାଳ ରଥଗଡା ଅଞ୍ଚଳରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ କରାଯାଇଛି. ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ସେଠି ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ. ଅସହ୍ୟ ତାତି ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏହି ଜଳଛତ୍ର ଦ୍ୱାରା ଉଠା ଦୋକାନୀ, ଗ୍ରାହକ ଓ ଯାତ୍ରୀମାନେ ଉପକୃତ ହେବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ. ଆଗାମୀ ଦିନ ରେ ଆଉ ଦୁଇ ତିନି ଜାଗାରେ ଜଳଛତ୍ର ଖୋଲାଯିବା ସହିତ ପଶୁ ପକ୍ଷୀ ଙ୍କ ପାଇଁ ଜଳକୁଣ୍ଡ କରାଯିବ ବୋଲି ଟ୍ରଷ୍ଟ ର ସଦସ୍ୟ ଅମରେନ୍ଦ୍ର ଖୁଣ୍ଟିଆ ସୂଚନା ଦେଇଥିଲେ. ମହିଳା ସଭାପତି ଗୀତାଞ୍ଜଳି ମହାପାତ୍ର ସୂଚନା ଦେଇଥିଲେ କି ଜନ ସାଧାରଣ ଙ୍କ ପାଇଁ ପ୍ରତି ଗୁରୁବାର ଏଠାରେ ଦହିସର୍ବତ ବଣ୍ଟନ ହେବ.ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।



