ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନ ଦ୍ୱାରା ଉତ୍କଳ ଦିବସ ପାଳନ ………………………………………….ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଆରୋଗ୍ୟମ ୱେଲଫେୟାର ଆସୋସିଏସନର କାର୍ଯ୍ୟକର୍ତ୍ତାମାନେ ଢେଙ୍କାନାଳର ଖମାରସାହି ସ୍ଥିତ ନିଜର ଯୋଗାଭ୍ୟାସ କେନ୍ଦ୍ରରେ ଏକ ସଭାର ଆୟୋଜନ କରଥିଲେ। ଉକ୍ତ ସଭାରେ ଆଇୱାର ନିର୍ଦ୍ଦେଶିକା ଅନସୂୟା ମିଶ୍ର ସଭାପତିତ୍ୱ କରି, ନିଜ ଓଡ଼ିଆ ଜାତିର ସମ୍ମାନ ବଜାୟ ରଖିବା ଦିଗରେ ପ୍ରତ୍ୟେକ ଓଡିଶାବାସୀ ଯତ୍ନବାନ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଆସୋସିଏସନର ଆଇନଗତ ପରାମର୍ଶଦାତା ଶ୍ରୀ ବସନ୍ତ କୁମାର ରଥ ଯୋଗଦେଇ ଆଜି ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଶିକ୍ଷାର୍ଥୀ ଶ୍ରୀମତୀ ବାସନ୍ତୀ ବେହେରା ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିଗରେ ବିଶେଷ ଅବଦାନ ଥିବା ମହାନ ବ୍ୟକ୍ତିମାନଙ୍କର ସ୍ମୃତି ଚାରଣ କରିଥିଲେ। ପରିଶେଷରେ ଆଇୱାର ସମ୍ପାଦକ ଶ୍ରୀ ପ୍ରଭାସଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଇୱାର ସଭାପତି ଶ୍ରୀମତୀ ତୃପ୍ତିମୟୀ ଦେବୀ, ଉପସଭାପତି ଶ୍ରୀମତୀ ନମିତା ରଥ,କୋଷାଧକ୍ଷ ତୟୁବ ଅନସାରୀ, ସଭ୍ୟା ମମତା ମହାପାତ୍ର,ନିବେଦିତା ସାହୁ, ପ୍ରିୟବ୍ରତ ଦାଶ,ଯୋଗ ପ୍ରଶିକ୍ଷିକା ମନସ୍ବିନୀ ମିଶ୍ର ତଥା କିଛି ଯୋଗ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ।

May 30, 2026/
No Comments


