୦୨/୦୪ ଢେଙ୍କାନାଳ, ଆଜି ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରାଯାଇଛି l ଢେଙ୍କାନାଳ ପୌରପାଳିକା ଅଧକ୍ଷା ଶ୍ରମତି ଜୟନ୍ତୀ ପାତ୍ର ମୁଖ୍ୟ ଅତିଥୀଭାବେ ଯୋଗଦେଇ ଅଭିଭାବକ ଅଭିଭାବିକା ଓ ଶିକ୍ଷାର୍ଥୀଙ୍କ ମନରେ ନୂତନ ବର୍ଷର ଶିକ୍ଷାଦାନପ୍ରତି ଉତ୍ସାହ ଜାଗ୍ରତ କରିଥିଲେ l ଏହି ଅବସରରେ ବିଦ୍ୟାଳୟରେ ଆୟୋଜନ କରାଯାଇଥିଲା ଏକ ଖଡ଼ି ଛୁଆଁ ପର୍ବ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆଶିର୍ବାଦ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥୀଭାବେ ଢେଙ୍କାନାଳ ପୋୖରପାଳିକା ସଭ୍ୟା ୱାର୍ଡ ନଂ- ୧୧ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦଳେଇ, ୱାର୍ଡ ନଂ – ୧୨ ଶ୍ରୀମତୀ ସୁଭଲକ୍ଷ୍ମୀ ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଗତ ଶିକ୍ଷାବର୍ଷ ୨୦୨୪-୨୫ ର ପ୍ରଗତିପତ୍ର ପ୍ରଦାନ କରାଯାଇଥିଲା l ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶନାରେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇପାରିଥିଲା l



