*”ଦରମା ବୃଦ୍ଧି ତଥା ଚାକିରୀ ନିୟମିତ ପାଇଁ ଧାରଣାରେ ବସିବେ ଯୋଗାଣ ସହାୟକ ସଂଘ”*

ବରଗଡ:ତା:୫/୪(ପବିତ୍ର ମେହେର ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଯୋଗାଣ ସହାୟକ ସଂଘ ଆଜି ବ୍ଲକ ଯୋଗାଣ ନିରୀକ୍ଷକ ଜରିଆରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସରକାର ଙ୍କ ପତ୍ର ସଂଖ୍ୟା ୭୦୪୦/ତା ୨୧. ୦୪. ୨୦୧୨ ରିଖ ଅନୁଯାୟୀ ପ୍ରାୟ ୧୩ବର୍ଷ ହେଲାଣି ପ୍ରତି ପଂଚାୟତରେ PDS ସାମଗ୍ରୀ ବଣ୍ଟନ କରି ଆସୁଥିବାର ସୂଚନା ଦେଇଥିଲେ l ଦୀର୍ଘ ଦିନରୁ ଦରମା ବୃଦ୍ଧି ତଥା ଚାକିରୀକୁ ନିୟମିତ କରିବା ପାଇଁ ଦାବୀ କରି ଆସୁଥିବା ଯୋଗାଣ ସହାୟକଙ୍କ ପ୍ରତି ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟ ଯୋଗାଣ ସହାୟକ ସଂଘର ଆହ୍ବାନ କ୍ରମେ ତା. ୦୪.୦୪.୨୦୨୫ ରିଖ ରୁ ତା. ୧୪/୪/୨୦୨୫ରିଖ ପର୍ଯ୍ୟନ୍ତ ସମୂହ ଛୁଟି (mass leave)ଓ ତା. ୧୫/୦୪/୨୦୨୫ରିଖ ରୁ ଲୋୟର ପିଏମଜି, ଭୁବନେଶ୍ୱର ଠାରେ ଧାରଣାରେ ରହିବା ପାଇଁ ଆମ୍ଭେ ସମସ୍ତ ଯୋଗାଣ ସହାୟକ ନିଷ୍ପତି ନେଇଥିବା କଥା ମଧ୍ୟ କହିଥିଲେ।l ବ୍ଲକ ଉନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ଦାବୀପତ୍ର ଦିଆଯାଇଥିଲା।ଦାବିରେ ଉଲ୍ଲେଖ ରହିଛି ଯେ ସରକାରଙ୍କ ଅବହେଳାଯୋଗୁଁ ଭୁବନେଶ୍ୱରର ଲୋୟର ପିଏମଜିରେ ହେବାକୁ ଯାଉଥିବା ଧାରଣାକୁ ସରକାର କିପରି ଦୃଷ୍ଟି ଦେବେ ଆଉ ଯୋଗାଣ ସହାୟକଙ୍କ ଦାବୀ ପୂରଣ ପାଇଁ କି କି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)
