୫୯ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ
ଢେଙ୍କାନାଳ, ୭/୪: ଢେଙ୍କାନାଳ ସହରସ୍ଥିତ ମାଣ୍ଡବାସାହି ଠାରେ ଅବସ୍ଥିତ ଶ୍ରୀଶ୍ରୀ ଚୈତନ୍ୟ ଜୀଉଙ୍କ ମନ୍ଦିରପ୍ରାଙ୍ଗଣରେ ଗତ ୫ ତାରିଖରୁ ଅନୁଷ୍ଠିତ ହୋଇଥିବା ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତ ହୋଇଯାଇଅଛି । ଏହି ନାମଯଜ୍ଞରେ ଢେଙ୍କାନାଳ ଜିଲ୍ଲାର ୧୩ଟି ସଂକୀର୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତନ କରିଥିଲେ । ଉଦ୍ଯାପନୀ ଦିବସ ରେ ୨ଟି ସଂକୀର୍ତନ ମଣ୍ଡଳୀ ଦ୍ଵାରା ଦୈଠକ କିର୍ତନ ହେବା ସହିତ ଅପରାହ୍ନରେ ନଗର ପରିକ୍ରମା କରି ଦଧି ହାଣ୍ଡି ଭଙ୍ଗା ଯାଇଥିଲା । ପରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ପୁଜକ ଜଗନ୍ନାଥ ତ୍ରିପାଠୀଙ୍କ ଦ୍ବାରା ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା I ସଭାପତି ନିରାକାର ସାହୁ, ଉପସଭାପତି ରଞ୍ଜନ କୁମାର ସାହୁ, ସଂପାଦକ ନୃସିଂହ ଚରଣ ସାହୁ ଓ କୋଷାଧକ୍ଷ ବିଷ୍ଣୁ ଚରଣ ସାହୁଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ କର୍ମକର୍ତା ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ।



