ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ହଳଦିଡୀହ ପଞ୍ଚାୟତର ଫଳପୁର ଗ୍ରାମର ମଲ୍ଲୀକ ସାହିରେ ମହାମନ୍ତ୍ରରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଅଧିବାସ ଦ୍ବିତୀୟ ଦିନରେ ନାମ ଯଜ୍ଞ ଏବଂ ତୃତୀୟ ଦିନରେ ନଗର ପରିକ୍ରମା ପାଳିତ ହୋଇଯାଇଛି।ଏହି ତିନିଦିନରେ ସମସ୍ତଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ବାତାବରଣ ସୁଷ୍ଟି ହୋଇଥାଏ।ଏ ସମସ୍ତ କାର୍ଯ୍ୟକ୍ରମକୁ ଫଳପୁର ଗ୍ରାମର ଅଧିବାସୀ ମାନେ ସହଯୋଗ କରିଥିଲେ। ଶ୍ରୀ ଶ୍ରୀ ଗୈରାଙ୍ଗ ମହାପ୍ରଭୁଙ୍କ ଅଷ୍ଟପ୍ରହରୀ ନାମ ଯଜ୍ଞ ପ୍ରତିବର୍ଷ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ। ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



