କୁସୁମ ଡିହି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଅମ୍ବାଭୋନା-ଅଦ୍ୟ ତା ୦୮/୦୪/୨୦୨୫ ମଙ୍ଗଳବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଭୁକ୍ତା କ୍ଳଷ୍ଟର ର ସରକାରୀ ପ୍ରାଥମିକ ବିଦ୍ୟାଳୟ କୁସୁମ ଡିହି ରେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ଶ୍ରୀଯୁକ୍ତ ବାଞ୍ଛାନିଧି ଭୁଏ ଙ୍କ ସଭାପତିତ୍ବରେ ତଥା ପ୍ରଧାନ ଶିକ୍ଷକ ରଞ୍ଜନ ଭୁଏ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଦ୍ବାରୀ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଭୁଏ, ସମ୍ମାନୀତ ଅତିଥି ଭାବେ ସି ଆର ସି ସି କେଦାର ନାଏକ, ଗୈାରାଙ୍ଗ ସେଠ୍, ଦୁଃଖ ନାଶନ ପଧାନ, ସ୍ବାଧୀନ କୁମାର ସାହୁ,ଭୈରବ ନାଥ ପଟେଲ ଯୋଗଦାନ କରିଥିଲେ । ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଗଣେଶ ଓ ବୀଣାପାଣି ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରୀତି ସାହୁ,ବେବି ଭୁଏ, ପ୍ରଜ୍ଞା ପରୁଆ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ରୀନା ଭୁଏ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ବଳରାମ ଦରଦ ମେଘ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ କୁସୁମ ଡିହି ଗ୍ରାମର ସମସ୍ତ ଆବାଳବୃଦ୍ଧବନିତା ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ପ୍ରଦୀପ ରଣବୀର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



