ପୁଣି ଜାତୀୟ ରାଜପଥ ୫୨୦ରେ ଗଡିଲାମୁଣ୍ଡ, ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣେମୃତ, ଦୁଇ ଗୁରୁତର
କେନ୍ଦୁଝର ଜିଲ୍ଲାର ଜମଦୂତ ସାଜିଥିବା ଜାତୀୟ ରାଜପଥ 520ରେ ପୁଣି ଗଡିଲା ମୁଣ୍ଡ। ଆଜି ଦ୍ୱିପ୍ରହର ସମୟରେ ବଡ଼ବିଲ ଥାନା ଅନ୍ତର୍ଗତ ଜାତୀୟ ରାଜପଥ 520 ଭଦ୍ରାସାହି ନିକଟସ୍ଥ ଝାଡଗାଁ ନିକଟରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ ଜାତୀୟ ରାଜପଥ 520 ଝାଡଗାଁ ନିକଟରେ ତିନିଜଣ ଯୁବକ ଗୋଟିଏ ମୋଟରସାଇକେଲ ରେ ଯାଉଥିବା ବେଳେ ଏକ ମିକ୍ସଚର ମେସିନ ସହ ଧକ୍କା ଦେବା ଫଳରେ ତିନିଜଣ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ, ବଡ଼ବିଲ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତିନିଜଣ ଯୁବକଙ୍କୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇଥିଲେ, ତେବେ ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିବା ସହ ଅନ୍ୟ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ,ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ତିନିଜଣ ଯୁବକ ସ୍ଥାନୀୟ ଝାଡଗାଁ ନିକଟ ଅଞ୍ଚଳର ହୋଇଥିବା ନେଇ ସୂଚନା, ବଡ଼ବିଲ ପୋଲିସ୍ ପକ୍ଷରୁ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-8-scaled.jpg)

