ଆୟୁଷ୍ମାନ ଯୋଜନା କାର୍ଡ଼ର ଶୁଭାରମ୍ଭ
ତାଳଚେର, ୧୧/୦୪ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା (ଏବିପିଏମଜେୱାଇ) ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜିଜେଏୱାଇ) ନୂଆ ଏକକ କାର୍ଡ଼ ବିତରଣ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା (ଏଭିଭିୱାଇ)ର ଶୁଭାରମ୍ଭ ଅବସରରେ ଆଜି ତାଳଚେର ସ୍ଥାନୀୟ ମଣ୍ଡାପାଳ ଡ଼ାକ୍ତରଖାନାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୧୦ଜଣଙ୍କୁ ଆୟୁଷ୍ମାନ ଭାରତପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନାରେ କାର୍ଡ଼ ପ୍ରଦାନ କରାଯାଇଥିବା ବେଳେ ପରବର୍ତି ସମୟରେ ଅନ୍ୟମାନଙ୍କୁ ପ୍ରଦାନ କରାଯିବ ବୋଲି ମେଡ଼ିକାଲ ପକ୍ଷରୁ ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନଗରପାଳ ପବିତ୍ର ଭୂତିଆ, ସମ୍ମାନୀୟ ଅତିଥି ଯଯାତି ପଟ୍ଟନାୟକ, ଓ କାଉନସିଲର ଯଶୋବନ୍ତ ମିଶ୍ର, ଆସିଫ ଖାନ, ସନ୍ତୋଷ ବେହେରା ରହିଥିବା ବେଳେ ଚିକିତ୍ସାଳୟର ସମସ୍ତ ଡ଼ାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ସେହିଭଳି ତାଳଚେର ବ୍ଲକ କଙ୍କିଳି ପଂଚାୟତରେ ଥିବା ପ୍ରାଥମିକ ଚିକତ୍ସାଳୟରେ ୯ଜଣଙ୍କୁ ଏହି କାର୍ଡ଼ ମିଳିଥିବା ବେଳେ ମାତ୍ର ଜଣଙ୍କୁ ଆୟୁଷ୍ମାନ ବୟୋବନ୍ଦନା କାର୍ଡ଼ ମିଳିଥିବା ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଡ଼ାକ୍ତର ପୂର୍ଣ୍ଣିମା ଉଦଗାତା, ଡ଼ଃ ସୂର୍ଯ୍ୟକାନ୍ତ ଖିଲାର ଓ ଡ଼ଃ ଟୁନା ସାହୁ ଉପସ୍ଥିତ ରହି କାର୍ଡ଼ ପ୍ରଦାନ କରିଥିବା ବେଳେ ପରବର୍ତି ସମୟରେ ଏହି ଯୋଜନାରେ ଅନ୍ୟମାନଙ୍କୁ ସାମିଲ କରାଯିବ ବୋଲି ପ୍ରକାଶ କରିଥିଲେ । ଗୋଡ଼ଇବନ୍ଧ ସେକ୍ଟର କଙ୍କିଳି, ଧରମପୁର, ସନ୍ଥପଡା, ବନ୍ତୋଲ, ବ୍ରଜନାଥପୁର, ଗୁରୁଜାଙ୍ଗ ପଂଚାୟଚବାସୀଙ୍କୁ ଅନ୍ତର୍ଭୂକ୍ତ କରାଯାଇ ଏହି କାର୍ଡ଼ର ଶୁଭାରମ୍ଭ କରାଯାଇଛି ।



