ଭାଗବତ ପାରାୟଣ ଓ ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ
ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଟିଣା ପଞ୍ଚାୟତର ବାସୁଦେବ ପୁଜା ମଣ୍ଡପ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ଭାଗବତ ପାରାୟଣ ଓ ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଭାଗବତ ପାରାୟଣ ଶୁଭାଧିବାସ,କପିଳ ଦେବହୁତି ସମ୍ବାଦ ଦକ୍ଷ ଓ ଧୃବ ରଚିତ, ଜଡଭରତ,ଅଜାମ୍ବିଳ ଓ ପ୍ରହଲ୍ଲାଦ ଚରିତ,ବଳୀଦାନ, ବଂଶାନୁଚରିତ ଓ ଶ୍ରୀକୃଷ୍ଣ ଜନ୍ମ ,ଗୋପଲୀଳା, କଂସବଧ ଓ ରୁକ୍ମିଣୀ ବିବାହ,ଦ୍ବାରିକା ଲୀଳା ଓ ତତ୍ତ୍ୱ ଜ୍ଞାନ ନିରୁପଣ ,ସ୍ବାର୍ଗରୋହଣ ଓ ଶ୍ରୀମଦ ଭାଗବତ ଉଦ୍ ଯାପନ,ଶ୍ରୀ ଶ୍ରୀ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଶୁଭାଧିବାସ,ନାମ ଯଜ୍ଞ ଆଦି ଅନୁଷ୍ଠିତ ହୋଇଯାଇଛି। ଏହି ଅଷ୍ଟମ ପ୍ରହର ନାମ ସଂକୀର୍ତ୍ତନ ରେ ସମସ୍ତଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ବାତାବରଣ ସୁଷ୍ଟି ହୋଇଥାଏ।ଏ ସମସ୍ତ କାର୍ଯ୍ୟକ୍ରମକୁ ଟିଣା ଗ୍ରାମର ବାସୁଦେବ ପୁଜା କମିଟିର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
ଜାଗ୍ରତ ଭାରତ ନ୍ୟୁଜ ଯାଜପୁର
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-13-scaled.jpg)

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"327443888049211","type":"ugc"},{"id":"436820509039211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_26-05-27_06-10-24-126.jpg)
