ଲହଣ୍ଡା ହାଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କର MCL ସୋଲାର୍ ପାୱାର୍ ପ୍ଲାଣ୍ଟ ପରିଦର୍ଶନ

ବରଗଡ:୧୭/୪(ପବିତ୍ର ମେହେର) ଲହଣ୍ଡା ହାଇ ସ୍କୁଲ ଶକ୍ତିକ୍ଲବ୍ ର ସଭ୍ୟ ଛାତ୍ରଛାତ୍ରୀମାନେ MCL ସୋଲାର୍ ପାୱାର୍ ପ୍ଲାଣ୍ଟକୁ ଶୈକ୍ଷିକ ପରିଭ୍ରମଣ ରେ ଯାଇଥିଲେ । ସେଠାରେ ପାୱାର୍ ପ୍ଲାଣ୍ଟର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ସୋଲାର୍ ପ୍ୟାନେଲ କିପରି କାମ କରେ, କେମିତି ଶକ୍ତି ଉତ୍ପାଦନ ହୁଏ ଓ ଏହା କେମିତି ଉପଯୋଗ କରାଯାଏ ସେ ବିଷୟରେ ସ୍ପଷ୍ଟ ବ୍ୟାଖ୍ୟା କରିଥିଲେ। ଏହି ପରିଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ବିଷୟରେ ନୂତନ ବିଷୟ ଶିଖିଥିଲେ ଓ ପ୍ରାୟୋଗିକ ଜ୍ଞାନ ଅର୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶକ୍ତି କ୍ଲବ୍ ର ଗାଇଡ୍ ଶିକ୍ଷୟିତ୍ରୀ ଅନାମିକା ପାଣିଗ୍ରାହୀ, ବିଜ୍ଞାନ ଶିକ୍ଷକ ଶ୍ରୀ କେ. ସନ୍ତୋଷ କୁମାର ଆଚାରୀ ସେଠାରେ ଉପସ୍ଥିତ ରହି ପରିଚାଳନା କରିଥିଲେ।
ଏହି ପ୍ରକାରର ପରିଦର୍ଶନ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ଓ ଜ୍ଞାନବର୍ଦ୍ଧକ ହୁଏ ବୋଲି ଶିକ୍ଷକ ଓ ଅଭିଭାବକମାନେ ପ୍ରକାଶ କରିଛନ୍ତି।



