
ଗୁରୁ ଓ ଶିଷ୍ୟ ମଧ୍ୟରେ ଏଭଳି ସମ୍ପର୍କ ପ୍ରାଚୀନ କାଳରୁ ଏକତ୍ଵର ସହ ରହିଆସିଛି।ତାହାର ଉଦାହରଣ ସ୍ୱରୂପ ରାଜକନିକା ବ୍ଲକ ଅନ୍ତର୍ଗତ ପାରିନୁଆପଡା ହାବଳଗଣ୍ଡ ପାଟଣାର ବିକେବି ହାଇସ୍କୁଲର ବର୍ତମାନର ପ୍ରଧାନ ଶିକ୍ଷକ, ସମାଜସେବୀ ଓ ଶିକ୍ଷାବିତ, ପରୋପକାରୀ ଓ ଧର୍ମ ବିଶ୍ବାସୀ, ସଞ୍ଜୟ କୁମାର ସାମଲ ଓ ପୃର୍ବତନ ପ୍ରଧାନ ଶିକ୍ଷକ ଓ ସମାଜସେବୀ ରାହାସବିହାରୀ ମହାନ୍ତି ଦୁଇ ବରିଷ୍ଠ ଶିକ୍ଷାବିତ ସିଂହପୁର ସ୍ଥିତ ମା ଦରିଆ ନାହାକାଣୀ ପୀଠରେ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ସବୁଜ ଓଡ଼ିଶା ଓ ଜାଗ୍ରତ ଭାରତ ନ୍ୟୁଜର ତ୍ରୟୋଦଶ ବାର୍ଷିକ ସାରସ୍ବତ ସମାରୋହ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଅନୁପସ୍ଥିତ ଥିବାରୁ ସମ୍ପାଦକ ଓ ସମାଜସେବୀ ଓ ସାମ୍ବାଦିକ ସରୋଜ କୁମାର ସାହୁ ବିକେବି ହାଇସ୍କୁଲ ଯାଇ ସେଠାରେ ଦୁଇ ସାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ବରିଷ୍ଠ ଶିକ୍ଷକ ରତିକାନ୍ତ ଦାସ, ଶିକ୍ଷୟତ୍ରୀ ରାଜଶ୍ରୀ ପ୍ରିୟ ଦର୍ଶିନୀ ବେହେରା, ପ୍ରଜ୍ଞା ରାଣୀ ଦାସ, ରୋଜି ଦେହେରୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ. ଶେଷରେ ଅନ୍ୟତମ ପ୍ରାକ୍ତନ ପ୍ରଧାନ ଶିକ୍ଷକ ମିହିର କୁମାର ବିଶ୍ଵାଳ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




