ଅନୁଗୋଳ/ଆଠମଲ୍ଲିକ – ଆଜି ଗିରଫ ହୋଇଛନ୍ତି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀ ।ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମିଳିବା ପରେ ଏହି କୋଟିପତି ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ।ତେବେ ଚଢାଉ ବେଳେ AEEଙ୍କର ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ରେଡ୍ ବେଳେ ଗୋଟିଏ ଦ୍ୱିମହଲା କୋଠା ଓ ୨୨ଟି ଦାମୀ ପ୍ଲଟ ଜବତ ହୋଇଛି । ସେହିପରି କୋଟିଏରୁ ଅଧିକ ଟଙ୍କାର ଜମା ଟଙ୍କା ସହ ନଗଦ ୨୪ ଲକ୍ଷ ଟଙ୍କା ମଧ୍ୟ ମିଳିଛି ।
ସେହିପରି ରେଡ୍ ବେଳେ ରାମ ଚନ୍ଦ୍ରଙ୍କ ଜ୍ୱାଇଁଙ୍କ ଘରୁ ମଧ୍ୟ ୨୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ପୈତୃକ ବାସଭବନ ସହ ସରକାରୀ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଅନୁଗୋଳ, କଳାହାଣ୍ତି, ଢେଙ୍କାନାଳ ଏବଂ କଟକରେ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା ।



