କେନାଲକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ

ଯୁବକ ର ପରିଚୟ ମିଳି ପାରିନଥିବା ବେଳେ ପାଣି କେଉଁ କାରଣରୁ ଲମ୍ଫ କଲେ ତାହା ଏବେ ସନ୍ଦେହ ଘେରରେ ରହିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ପୋଲ ଉପରୁ କେନାଲକୁ ଡେଇଁ ଜଣେ ବ୍ୟକ୍ତି ଲମ୍ଫ ମାରିଥିବା ବେଳେ ନିଖୋଜ ରହିଛନ୍ତି । ତେଣୁ ଉକ୍ତ ବ୍ୟକ୍ତି ଜଣଙ୍କ କାହିଁକି ଲମ୍ଫ ମାରିଲେ କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ମିଳିଥିବା ଖବର ଅନୁସାରେ ବଅଁରପାଳ ବ୍ଲକ ଗୋତମରା ଗ୍ରାମ ଦେଇ ଯାଇଥିବା ଗୋଟିଏ କେନାଲକୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଥିବା ବଅଁରପାଳ ପୋଲିସ ଖବର ପାଇଥିଲା। ତେଣୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ଦୀର୍ଘ ପାଞ୍ଚ ଘଣ୍ଟା ଖୋଜାଖୋଜି କରିବା ପରେ ଉକ୍ତ ବ୍ୟକ୍ତିଙ୍କର ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବେଳେ ନିଖୋଜ ବ୍ୟକ୍ତି ଉଦ୍ଧାର ହୋଇପାରିନାହିଁ । ଘଟଣା ସ୍ଥଳରେ ବଅଁରପାଳ ତହସିଲଦାର ପହଞ୍ଚି ଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ। ରାତି ହୋଇଯାଇଥିବାରୁ ଆଜି ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ଆସନ୍ତା କାଲି ଓଡ୍ରାଫ ଟିମ୍ ଏହି ଉଦ୍ଧାର କାର୍ଯ୍ୟରେ ଯୋଗଦେବାର ସୂଚନା ଦେଇଛନ୍ତି ବଅଁରପାଳ ତହସିଲଦାର ।




